ଆରଜେଡି ନେତା ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦ୍ରୌପଦୀ ମୁର୍ମୁଙ୍କୁ କଟାକ୍ଷ କରିଥିବାରୁ ତାଙ୍କୁ ଏବେ ଟ୍ରୋଲ କରୁଛନ୍ତି ୟୁଜର । ତେଜସ୍ୱୀ କହିଛନ୍ତି କି ଦେଶକୁ ଜଣେ ବିଜ୍ଞ ରାଷ୍ଟ୍ରପତିଙ୍କର ଆବଶ୍ୟକତା ରହିଛି ହେଲେ ରାଷ୍ଟ୍ରପତି ଭବନରେ ମୂର୍ତ୍ତିର ଆବଶ୍ୟକତା ଥିବା ଭଳି ଏନଡିଏ ଜଣଙ୍କୁ ପ୍ରାର୍ଥୀ କରିଛି । ଏହାର ମାନେ ହେଉଛି ସେ ଦ୍ରୈାପୀଦ ମୁର୍ମୁଙ୍କୁ ମୂର୍ତ୍ତି ସହ ତୁଳନା କରିଛନ୍ତି ।
ଏହାସହ ସେ ଦ୍ରୌପଦୀଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି କି ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ ହେବା ପରେ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ ନକରିବା ଦ୍ରୌପଦୀଙ୍କ କାର୍ଯ୍ୟଦକ୍ଷତାର ପ୍ରମାଣ ଦେଉଛି । ଏହାସହ ଦ୍ରୌପଦୀ ମୁର୍ମୁ ଦେଶର ସ୍ୱାର୍ଥ ପାଇଁ ହେଉ କି ଆଦିବାସୀଙ୍କ ସ୍ୱାର୍ଥପାଇଁ ହେଉ କେବେ କିଛି କରିଥିବାର ପ୍ରମାଣ ମାଗିଛନ୍ତି ତେଜସ୍ୱୀ । ସେପଟେ ସେ ଯଶୋବନ୍ତଙ୍କର ପ୍ରଶଂସା କରିଛନ୍ତି