ସୋମବାରଠାରୁ ସଂସଦର ମୈାସୁମୀ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ହେବ । ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଏହି ବୈଠକରେ ଅଧିବେଶନ କିପରି ଶାନ୍ତି ଶୃଙ୍ଖଳାରେ ଚାଲିବ ସେ ନେଇ ଆଲୋଚନା ହୋଇଥିଲା । ଶାସକଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ପିୟୁଷ ଗୋଏଲ, ପହ୍ଲାଦ ଜୋଷୀ, ଅର୍ଜୁନ ମେଘୱାଲ ଓ ମୁରଲୀଧରନ ଉପସ୍ଥିତ ଥିଲେ । ସେହିଭଳି କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡଗେ, ଅଧିର ରଞ୍ଜନ ଚୌଧୁରୀ ଓ ଜୟରାମ ରମେଶ ବୈଠକରେ ଉପସ୍ଥିତ ଥିଲେ । ଏନସିପି ପକ୍ଷରୁ ଶରଦ ପାୱାର, ସୁପ୍ରିୟା ସୁଲେ ଉପସ୍ଥିତ ଥିବା ବେଳେ ଜେଡିୟୁରୁ ରାମନାଥ ଠାକୁର, ଆପ୍ ରୁ ସଂଜୟ ସିଂ, ଅକାଳୀ ଦଳରୁ ହରସମିତ କୌର , ଶିବସେନାରୁ ସଂଜୟ ରାୱତ ଓ ବିନାୟକ ରାୱତଙ୍କ ସମେତ ସମାଜବାଦୀ ପାର୍ଟିରୁ ଜାବେଦ ଅଲ୍ଲୀ ଉପସ୍ଥିତ ଥିଲେ । ହେଲେ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ କଂଗ୍ରେସ ଆପତ୍ତି କରିଛି ।
Trending
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲଙ୍କ ଇସ୍ତଫା, ପାରିବାରିକ ଓ ବ୍ୟକ୍ତିଗତ କାରଣ ପାଇଁ ନେଲେ ଅବସର
- ମାଆ ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡିରୁ ମିଳିଲା ୫୪ ଲକ୍ଷ
- ନେପାଳ ବନ୍ୟା: ଏପର୍ଯ୍ୟନ୍ତ ୯୦୩ ମୃତଦେହ ଉଦ୍ଧାର ସମେତ ୪,୦୦୦ ରୁ ଅଧିକ ନିଖୋଜ
Prev Post