ମୁଖ୍ୟମନ୍ତ୍ରୀ ମାନ୍ ଦ୍ବିତୀୟ ଥର ପାଇଁ ବିବାହ କରିଛନ୍ତି । ପୁଣି ମାନଙ୍କ ଦେହରେ ହଳଦୀ ଲାଗିଛି । ପଂଜାବୀ ରୀତି ନୀତିରେ ହାତଗଣ୍ଠି ପଡିଛି । ବାହାଘର ହୋଇଛି । ଚଣ୍ଡିଗଡ଼ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦ୍ବିତୀୟ ଥର ପାଇଁ ବିବାହ ଅନୁଷ୍ଠିତ ହୋଇଛି । ବିବାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ଉପସ୍ଥିତ ଥିଲେ । ଆପର ଅନେକ ନେତା ଏହି ବିବାହରେ ସାମିଲ ହୋଇ ଥିବା ଦେଖିବାକୁ ମିିଳିଛି ।

ବିବାହ ବେଳର ସମସ୍ତ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ପଂଜାବ ମୁଖ୍ୟମନ୍ତ୍ରୀଙ୍କ ବାହାଘରରେ କିନ୍ତୁ ଅତିଥି କମ ଆସିଛନ୍ତି । ସେତେ ଜାକଜକମର ବାହାଘର ହେଉନାହିଁ । ପାରିବାରିକ ବିବାହ ଉତ୍ସବରେ କିଛି ଲୋକଙ୍କୁ ବିବାହ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ ରହିଛି ।

ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ତେବେ ମୁଖ୍ୟମନ୍ତ୍ରୀଙ୍କ ବାହାଘର ଭୋଜିରେ କଣ ମେନୁ ରହିଛି ତାକୁ ନେଇ ଏବେ ସାରା ଦେଶରେ ଚର୍ଚା । ନିଜଠୁ 16 ବର୍ଷ ସାନ ଗୁରପ୍ରୀତଙ୍କୁ ବିବାହ କରିବେ 48 ବୟସ୍କ ମାନ ।

ବିବାହ ଉତ୍ସବକୁ ନିଆରା କରିବା ପାଇଁ ପୁରା ଦମରେ ଲାଗିପଡିଛନ୍ତି ମାନ । ତେବେ ଯେଉଁ ଅତିଥିମାନଙ୍କୁ ନିମନ୍ତ୍ରଣ ଦିଆଯାଇଛି ସେମାନଙ୍କ ପାଇଁ ଭୋଜି ମେନୁ କଣ ରହିଛି ଆସନ୍ତୁ ନଜର ପକାଇବା ।

ଭାଗବତ ମନଙ୍କ ବିବାହରେ ଅତିଥିମାନେ ଫ୍ରେସ୍ ଫ୍ରୁଟ୍ ଟ୍ରାଇଫଲ୍, ମୁଙ୍ଗ୍ ଡାଲ୍ ହାଲୱା, ଶାହି ଟୁକଡା, ଅଙ୍ଗୋରି ରସମାଲାଇ ଏବଂ ଶୁଖିଲା ଫଳ ସହ ବିଭିନ୍ନ ମିଠା ରହିଛି ଯାହାକି ଅତିଥିଙ୍କର ପ୍ରିୟ । ବିଭିନ୍ନ ପ୍ରକାରର ସାଲାଡ୍ ମଧ୍ୟ ଉପଲବ୍ଧ ରହିଛି ।
ମୁଖ୍ୟମନ୍ତ୍ରୀଙ୍କ ବାହାଘର ଭୋଜି ମେନୁ ଏବେ ଭାଇରାଲ୍ ହେବାରେ ଲାଗିଛି। ଖାଦ୍ୟ ତାଲିକାରେ ଆହୁରି ଅଛି କଡାଇ ପନୀର୍, ମସ୍ରୁମ୍ ପ୍ୟାଜ୍, ଖୁବାନି ଷ୍ଟକ୍ କୋଫ୍ତା, କଲେଜିଁ ୱାଲେ ଆଲୁ, ଭେଜିଟେବଲ୍ ଜଲଫ୍ରେଜି, ଚଣା ମସଲା, ତନ୍ଦୁରୀ କୁଲ୍ଚେ ଏବଂ ଦାଲ୍ ମଖନୀ ରହିଛି।
ସେହିପରି ମିଠାରେ ମୁଗଁ ଡାଲ୍ ହଲ୍ୱା, ସାହି ଟୁକ୍ଡା, ଅଙ୍ଗୁରୀ ରସ୍ମଲାଇ, ମାହ ଦୀ ଜଲେବି, ଡ୍ରାଇ ଫ୍ରୁଟ୍ ରାବିଡ୍ ଓ ଗୁଲାବ୍ ଜାମୁନ୍ ଖାଇବାକୁ ମିଳିବ ଅତିଥିମାନଙ୍କୁ। ଏହା ବାଦ ଦେଶର ବିଭିନ୍ନ ସହରର ଟେଷ୍ଟି ଖାଦ୍ୟ ମଧ୍ୟ ରହିଛି ମେନୁରେ । ଚଣ୍ଡିଗଡ଼ ସ୍ଥିତ ନିଜ ବାସଭବନରେ ମାନ୍ଙ୍କ ବିବାହ ଉତ୍ସବର ଆୟୋଜନ କରିଛନ୍ତି ।
ମାନ୍ଙ୍କର ଏହା ଦ୍ବିତୀୟ ବିବାହ ହୋଇଥିଲଷ ମଧ୍ୟ ଯେହେତୁ ସେ ମୁଖ୍ୟମନ୍ତ୍ରୀ ଅଛନ୍ତି ତେଣୁ ଗଣମାଧ୍ୟମରେ ମଧ୍ୟ ଏହି ବିବାହକୁ ନେଇ ଚର୍ଚା ହେଉଛି । ଏକଥା ମଧ୍ୟ ଚର୍ଚା ହେଉଛି ଯେ ୬ ବର୍ଷ ପୂର୍ବେ ମାନ୍ଙ୍କର ଛାଡ଼ପତ୍ର ରାଜନୀତି ପାଇଁ ହୋଇଥିଲା । ରାଜନୀତି ପାଇଁ ମାନ ଛାଡପତ୍ର ନେଉଥିବା କହିଥିଲେ । ଲୋକଙ୍କ ସେବା ପାଇଁ ସେ ପରିବାରକୁ ଧ୍ୟାନ ଦେଉନଥିବା କହିତିଲେ ମାନ । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ହେଲା ପରେ ପୁଣି ବାହା ହେଉଥିବାରୁ ମାନଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ମାନ୍ ଏବଂ ତାଙ୍କ ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌର ୨୦୧୫ ମାର୍ଚ୍ଚରେ ଛାଡ଼ପତ୍ର ହୋଇଥିଲା । ଇନ୍ଦରପ୍ରୀତ କୌର ଏବଂ ତାଙ୍କ ୨ ପିଲା ଦିଲଶାନ ଏବଂ ସିରତ ଏବେ ଆମେରିକାରେ ରହୁଛନ୍ତି।