ରେଭେନ୍‌ସା ବିଶ୍ବବିଦ୍ୟାଳୟର ନାମ ପରିର୍ତ୍ତନକୁ ନେଇବିଧାନସଭାରେ ହଟ୍ଟଗୋଳ ସୃଷ୍ଟି

 ରେଭେନ୍‌ସା ବିଶ୍ବବିଦ୍ୟାଳୟର ନାମ ପରିର୍ତ୍ତନକୁ ନେଇ ଗୁରୁବାର ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ଶୂନ୍ୟକାଳରେ ଶାସକ ଏବଂ ବିରୋଧୀ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଏବଂ ବିଜେଡ଼ି ବିଧାୟକ ଏହି ପ୍ରସଙ୍ଗରେ ଶାସକ ବିଜେପିକୁ ଘେରିଛନ୍ତି। ୧୫୬ ବର୍ଷର ପୁରୁଣା ଶିକ୍ଷାନୁଷ୍ଠାନକୁ ନ’ଅଙ୍କ ଦୁର୍ଭିକ୍ଷ ସହିତ ଯୋଡ଼ି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେଡ଼ି ବିଧାୟକ ବ୍ୟୋମକେଶ ରାୟ ଦାବି କରିଛନ୍ତି। 

ଏହାର ଜବାବରେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ବିରୋଧୀଙ୍କ ଦାବି ସତ୍ୟକୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି।  ବିରୋଧୀ ଅଭିଯୋଗ କରିଛନ୍ତି ଯେ ଏଭଳି କାର୍ଯ୍ୟ ଦ୍ବାରା ସରକାର କଟକବାସୀଙ୍କ ମାନସିକତାକୁ ଆଘାତ ଦେଇଛନ୍ତି