ରାଜ୍ୟର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକ ଏବଂ ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ତାରିଖରେ ଶେଷ ହେଉଛି। ରାଜନୀତି ସମୀକ୍ଷକଙ୍କ ମତରେ ତିନୋଟି ଆସନ ଏଥର ବିଜେଡ଼ି ନେବ । ସଂଖ୍ୟା ଦୃଷ୍ଟିରୁ ବିଜେପି, କଂଗ୍ରେସ ନିକଟରେ ଆବଶ୍ୟକ ବିଧାୟକ ନାହାଁନ୍ତି । ଗତ ଥର ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡ଼ି ସହଯୋଗ କରିଥିଲା । କିନ୍ତୁ ଏଥର ନିର୍ବାଚନ ଥିବାରୁ ଏହା ବିଜେଡ଼ି ପାଇଁ ଅସହଜ ହୋଇପାରେ । ଏନେଇ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ରାଜ୍ୟ ବିଧାନସଭାରେ ସଂଖ୍ୟାବଳ ଦୃଷ୍ଟିରୁ କ୍ଷମତାସୀନ ବିଜେଡି ବେଶ୍ ସହଜ ସ୍ଥିତିରେ ରହିଛି । ଅନ୍ୟ ଦୁଇ ଦଳ କଂଗ୍ରେସ ଓ ବିଜେପି ନିଜସ୍ୱ ଦମରେ କିମ୍ବା ମିଳିତ ସହଯୋଗରେ ଗୋଟିଏ ବି ଆସନ ଜିଣିବାର ସମ୍ଭାବନା ନଥିବାରୁ ଏହି ସମସ୍ତ ୩ଟି ରାଜ୍ୟସଭା ଆସନ ବିଜେଡି ଖାତାକୁ ଯିବା ଏକରକମ ସ୍ପଷ୍ଟ ହୋଇଛି । ବିଜେଡି ମଧ୍ୟ ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ମଧ୍ୟ ବେଶ୍ ମାପିଚୁପି ବହୁ ଆଗରୁ ନିଜର ୩ଜଣ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି । ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବା ପାଇଁ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଏହି ଦୁଇଟି ଆସନ ଖାଲି ହୋଇଥିଲା । ସେମାନଙ୍କର ବାକି ଥିବା କାର୍ଯ୍ୟକାଳରେ ଅମର ଓ ଅଶ୍ୱିନୀ ପ୍ରାର୍ଥୀ ହୋଇଥିଲେ । ଏବେ ପିନାକୀ ମିଶ୍ର, ଅମର ପଟ୍ଟନାୟକଙ୍କ ନାମ ଚର୍ଚାରେ ରହିଛି । ତେବେ ନବୀନ କାହାକୁ ରାଜ୍ୟସଭା ପଠାଉଛନ୍ତି ତାହା କହିବା ମୁସ୍କିଲ ।
Trending
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ