ନୂଆଦିଲ୍ଲୀ: ୧୪ରୁ ଆରମ୍ଭ ହେବ ରାହୁଲ ଗାନ୍ଧିଙ୍କ ‘ଭାରତ ନ୍ୟାୟ ଯାତ୍ରା । ରାହୁଲଙ୍କ ଏହି ଭାରତ ନ୍ୟାୟ ଯାତ୍ରା ୧୪ଟି ରାଜ୍ୟର ୮୫ ଜିଲ୍ଲା ଦେଇ ଯାତ୍ରା କରିବ। କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ ଇମ୍ଫାଲରୁ ଏହି ଯାତ୍ରାର ଶୁଭାରମ୍ଭ କରିବେ। ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଂଗ, ବିହାର, ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଦେଇ ଯାତ୍ରା କରିବେ ରାହୁଲ ଗାନ୍ଧି। ବସ ସହ ପଦଯାତ୍ରା ମଧ୍ୟ କରିବେ ରାହୁଲ ଗାନ୍ଧି। ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ହାତେଇବା ପରେ ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲ ମଣିପୁରରୁ ମୁମ୍ବାଇକୁ ଯାତ୍ରା କରିବେ।ନିର୍ବାଚନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ନ୍ୟାୟ ଯାତ୍ରା ଘୋଷଣା କରାଯାଇଛି। ଆସନ୍ତା ଜାନୁଆରୀ ୧୪ରୁ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି। ପୂର୍ବାଞ୍ଚଳ ରାଜ୍ୟ ମଣିପୁରରୁ ଏହି ଯାତ୍ରା ଆରମ୍ଭ ହୋଇ ପଶ୍ଚିମର ମୁମ୍ବାଇରେ ଶେଷ ହେବ। ୬ ହଜାର ୨ଶହ କିଲୋମିଟର ଯାତ୍ରା କରିବେ ବରିଷ୍ଠ କଂଗ୍ରେସ ନେତା ରାହୁଲ। ଏଥଇପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି କଂଗ୍ରେସ । ଆସନ୍ତା ମାର୍ଚ୍ଚ ୨୦ରେ ଶେଷ ରାହୁଲଙ୍କ ଏହି ଯାତ୍ରା।
Trending
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
Next Post