ଯେଉଁମାନେ ପୂର୍ବରୁ ବାଘ କହୁଥିଲେ ସେମାନେ କାଗଜ ବାଘ ବୋଲି ପ୍ରମାଣିତ ହୋଇଛନ୍ତି -ପ୍ରୀତିରଞ୍ଜନ ଘଡ଼ାଇ

ପ୍ରମିଳା ମଲ୍ଲିକଙ୍କ ଘରେ ପୁଣିଥରେ ଯାଜପୁର ବିଜେଡି ନେତାଙ୍କ ମେଳି ଦେଖିବାକୁ ମିଳିଛି । ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରୀତିରଞ୍ଜନ ଘଡ଼ାଇ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଏବଂ ସୂଜାତା ସାହୁ ଏହି ବୈଠକରେ ଯୋଗ ଦେଇଥିଲେ । ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼କୁ ଦଳରୁ ନିଳମ୍ବନ ପରେ ରାଜନୀତି ତେଜିବାରେ ଲାଗିଥିବା ବେଳେ ଏହାରି ଭିତରେ ଆଜିର ମେଳି ଚର୍ଚ୍ଚାକୁ ବଢ଼ାଇଛି । ତେବେ ଏହି ବୈଠକ ପରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇ ।

ଯାଜପୁରରେ ବଡ଼ ନେତା ହେଉଛନ୍ତି ଜନତା । ସମୟ ଆସିଛି ନୂଆ ନେତା ନେତୃତ୍ବ ନିଅନ୍ତୁ । ଯେଉଁମାନେ ପୂର୍ବରୁ ବାଘ କହୁଥିଲେ ସେମାନେ କାଗଜ ବାଘ ବୋଲି ପ୍ରମାଣିତ ହୋଇଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି ପ୍ରୀତିରଞ୍ଜନ ଘଡ଼ାଇ । ତେବେ ଏହି ବୟାନ ବିଜେଡି ଦଳ ମଧ୍ୟରେ କନ୍ଦଳ ରହିଥିବା ନେଇ ସ୍ପଷ୍ଟ ବାରି ହୋଇ ପଡୁଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ ନେତୃତ୍ୱ ଚାହୁଁଛନ୍ତି ଜନତା । ନଚେତ ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପଡ଼ିବ । ଗଣତନ୍ତ୍ରରେ ଜନସାଧାରଣ ଆମ ମାଲିକ, ଭୋଟର ଆମ ଭଗବାନ । ଭୋଟରଙ୍କୁ ସମ୍ମାନ ଦେଇ ତାଙ୍କ ଆଶା ନେଇ କାମ କରିବାକୁ ପଡ଼ିବ । ଯେଉଁମାନେ ନିଜକୁ ବାଘ କହୁଥିଲେ, ସେମାନେ ଭୋଟରଙ୍କ ପାଖରେ କାଗଜ ବାଘ ବୋଲି କହି ଟାର୍ଗେଟ କରିଛନ୍ତି ।

Leave a comment