ନବୀନ ମିଛ କହିଲେ – ପ୍ରଭାତ ତ୍ରିପାଠୀ

ନବୀନ ପଟ୍ଟନାୟକଙ୍କ ବୟାନ ପରେ ପ୍ରଭାତ ତ୍ରିପାଠୀଙ୍କ ବିସ୍ଫୋରଣ । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ପୂର୍ବତନ ବିଧାୟକ । ଉଭୟ ନୀବନ ପଟ୍ଟନାୟକ ଓ ପାଣ୍ଡିଆନକୁ ଟାର୍ଗେଟ କରିଛନ୍ତି । କହିଲେ , ନବୀନ ମିଛ କହିଲେ । ମୁଁ ବିଜେଡିରେ ନାହିଁ ବୋଲି କହିବାକୁ ନବୀନଙ୍କ ମୁହଁରେ କୁହାଯାଇଛି ।ମୋ ବିରୋଧରେ ଚିଟଫଣ୍ଡ ମାମଲା ଏଯାଏଁ କୋର୍ଟରେ ବିଚାରାଧୀନ ରହିଛି । ମୁଁ ଦୋଷୀ କି ନାଁ କିଛି ବି ନିଷ୍ପତ୍ତି ହୋଇନାହିଁ । ଏହାକୁ ଭିତ୍ତି କରି ୨୦୧୭ ରେ ମୋ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଥିଲା । ଚିଟ୍‌ଫଣ୍ଡ୍‌ କେସ୍ ବିଚାରାଧୀନ ଥିବାରୁ ମାମଲାର ରାୟ ପ୍ରକାଶ ପାଇନି । ତା ଛଡା ୨୦୧୯ ନିର୍ବାଚନ ସଭାରେ ନବୀନଙ୍କ ଉପସ୍ଥିତରେ ଭାଷଣ ଦେଇଛି । ୨୦୨୦ ପରେ ଦଳ ପାଇଁ ଅନେକ କାମ କରିଛି । ୨୦୨୪ ନିର୍ବାଚନରେ ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ କାମ କରିଛି । ମୋ କାମକୁ ନେଇ ଖୋଦ୍ ନିଜକୁ ଦଳର ନମ୍ବର ଦୁଇ ମୁଖିଆ କହୁଥିବା ବ୍ୟକ୍ତି ଜଣକ ପ୍ରଶଂସା ବି କରିଥିଲେ।  । ହେଲେ ଏବେ ହଠାତ୍ ସବୁ ବଦଳିଗଲା ! ଏବେ ୱାକଫ୍ ବିଲ୍ ପ୍ରସଙ୍ଗ ଏଡାଇବା ପାଇଁ  ଏବଂ ସସ୍ମିତ ପାତ୍ରଙ୍କ ସର୍ଥନ ପଛର କାର୍ପଟଦାରଙ୍କୁ ଲୁଚାଇବାକୁ ମତେ ଟାର୍ଗେଟ୍ କରାଯାଉଛି ।  ଦଳ ପାଇଁ ନିଷ୍ଠାର ସହ କାମ କରି ମଧ୍ୟ ନିଜ ସ୍ବାର୍ଥ ପାଇଁ  ମୁଁ ଦଳରେ ନାହିଁ ବୋଲି କହିଦେଲେ ଦଳ ମୁଖିଆ । ସବୁଜାଣି ନବୀନ ପଟ୍ଟନାୟକ ମିଛ କହିଛନ୍ତି । ମୋ ବିରୋଧରେ ଏଭଳି ମିଛ କହିବା ନବୀନଙ୍କ ଭଳି ଜଣେ ଅଭିଜ୍ଞ ନେତାଙ୍କୁ ଆଦୌ ଶୋଭା ଦେଉନାହିଁ ବୋଲି କହିଛନ୍ତି ପ୍ରଭାତ ।

Leave a comment