କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ପ୍ରଶ୍ନ କଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ

ଲୋକସଭାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ପ୍ରଶ୍ନ କରିଛନ୍ତି । ସାଂସଦ କହିଛନ୍ତି ଯେ ବାଲେଶ୍ୱର ବି ଅମୃତ ଭାରତ ଷ୍ଟେସନ ଅନ୍ତର୍ଗତରେ ଆସୁଛି । ଏହାର ନିର୍ମାଣ କେବେ ସମ୍ପୂର୍ଣ୍ଣ ହେବ, ଏବଂ ବାଲେଶ୍ୱର ଜିଲାରେ ଆଉ କେଉଁ ଷ୍ଟେସନ ଅମୃତ ଭାରତ ଅଧିନରେ ଆସୁଛି ତାହାର ବିସ୍ତୁତ ସୂଚନା ମନ୍ତ୍ରୀ ଦିଅନ୍ତୁ ।

ଉତ୍ତର ରଖି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଯେ ବାଲେଶ୍ୱର ଷ୍ଟେସନକୁ ଅମୃତ ଭାରତ ଅନ୍ତର୍ଗତରେ ଭଲ ଭାବରେ ବିକଶିତ କରାଯାଉଛି । ଏହାର ଡିଜାଇନରେ ସାଂସଦ ମଧ୍ୟ ଯୋଗଦାନ କରିଛନ୍ତି । ଯେଉଁଥି ପାଇଁ ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି, ସମସ୍ତଙ୍କ ସହିତ ଏକ ଯୋଜନାବଦ୍ଧ ଆଲୋଚନା କରାଯାଇ ଭଲ ଭାବରେ ଏବଂ ବ୍ୟାପକ ଭାବେ ନିର୍ମାଣ କାର୍ଯ୍ୟ ଚାଲିଛି ।

Leave a comment