ପଞ୍ଚାୟତ ନିର୍ବାଚନର ଫଳାଫଳ : ଆଗକୁ ବଢୁଛି ଶଙ୍ଖର ଧ୍ୱନୀ

panchayat-counting-according-to-initial-trends-the-bjd-is-ahead1

ମେଟ୍ରୋ ଟିଭି ଓଡିଶା (୨୬ .୨.୨୦୨୨) :

ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ତାଜା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ସମସ୍ତ ୩୧୫ ଜିଲ୍ଲା ପରିଷଦ ଆସନର ପ୍ରାରମ୍ଭିକ ଟ୍ରେଣ୍ଡ ଆସିଯାଇଛି । ସମସ୍ତ ୩୧୫ ଜିଲ୍ଲା ପରିଷଦ ଜୋନର ପ୍ରାରମ୍ଭିକ ଟ୍ରେଣ୍ଡ ରାଜ୍ୟ ନିର୍ବାଚନ ଆୟୋଗଙ୍କ ହସ୍ତଗତ ହୋଇଛି ।

 ପଞ୍ଚାୟତ ନିର୍ବାଚନର ଫଳାଫଳ : ଆଗକୁ ବଢୁଛି ଶଙ୍ଖର ଧ୍ୱନୀ

ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିରୋଧୀଙ୍କୁ ପଛରେ ପକାଇ ଏକ ପାଖିଆ ବିଜୟ ହାସଲ କରିଛି ବିଜୁ ଜନତା ଦଳ । ତେବେ ୩୧୫ ଜୋନରେ ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟରୁ ୨୬୪ ଜୋନରେ ବିଜୁ ଜନତା ଦଳ ଆଗରେ ରହିଛି । ଯଦି ଭାରତୀୟ ଜନତା ପାର୍ଟି କଥା କହିବା ତାହାଲେ ବିଜେପି ବର୍ତ୍ତମାନ ସୁଦ୍ଧା ମାତ୍ର ୨୯ଟି ଆସନରେ ଆଗରେ ରହିଛି । ସେହିପରି କଂଗ୍ରେସ ୧୬ଟି ଆସନରେ ଆଗୁଆ ରହିଥିବାବେଳେ ୬ଟି ଆସନରେ ଅନ୍ୟାନ ଦଳ ଆଗୁଆ ରହିଛି ।