ପଶ୍ଚିମବଙ୍ଗର ୩୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଓଡ଼ିଶା ବିଜେପି ନେତାଙ୍କୁ ମିଳିଲା ଦାୟିତ୍ଵ

ବିଜେପିର ବଙ୍ଗ ଦଖଲ ମିଶନ । ପଶ୍ଚିମବଙ୍ଗ ଜଗିବେ ଓଡ଼ିଶା ନେତା । ପଶ୍ଚିମବଙ୍ଗ ନିର୍ବାଚନ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦେଲେ ବଡ଼ ସୂଚନା । ପଶ୍ଚିମବଙ୍ଗର ୩୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଓଡ଼ିଶା ବିଜେପି ନେତାଙ୍କୁ ଦାୟିତ୍ଵ ଦିଆଯାଇଛି । ଓଡ଼ିଶାର ବିଜେପି ବିଧାୟକ, ମନ୍ତ୍ରୀ, ନେତାଙ୍କ ପ୍ରଚାର ଆରମ୍ଭ ହୋଇଛି । ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଦଳୀୟ ନେତା କରୁଛନ୍ତି ନିର୍ବାଚନ ପରିଚାଳନା । ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ନେତାକୁ ଏହି ଦାୟିତ୍ଵ ଦିଆଯାଇଛି ।

​​​​​​​ଓଡ଼ିଆ ନେତାଙ୍କୁ ଗୁରୁଦାୟିତ୍ଵ​​​​​​​
ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡ଼ିଆ ବିଜେପି ନେତାଙ୍କୁ ଗୁରୁଦାୟିତ୍ଵ ମିଳିଛି । ଓଡ଼ିଶା ବିଜେପି ବିଧାୟକ, ମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତା ପ୍ରଚାର କରୁଛନ୍ତି । ପଶ୍ଚିମବଙ୍ଗର ୩୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଓଡ଼ିଶାର ବିଜେପି ନେତାଙ୍କୁ ଦାୟିତ୍ଵ ଦିଆଯାଇଛି । ପଶ୍ଚିମବଙ୍ଗର ଓଡ଼ିଆ ଭାଷାଭାଷୀ ବସବାସ କରୁଥିବା ଅଞ୍ଚଳରେ ଦଳୀୟ ନେତା ନିର୍ବାଚନ ପରିଚାଳନା କରୁଛନ୍ତି । ନିର୍ବାଚନ ମଣ୍ଡଳୀ ୱାରୀ ନେତାଙ୍କୁ ଦାୟିତ୍ଵ ଦିଆଯାଇଛି ।

ପ୍ରଚାର କରିବେ ରାଜ୍ୟ ବିଜେପି ନେତା
ଓଡ଼ିଶା ସୀମାନ୍ତବର୍ତ୍ତି ପଶ୍ଚିମବଙ୍ଗ ନିର୍ବାଚନ ମଣ୍ଡଳୀରେ ଦଳ ପାଇଁ ପ୍ରଚାର କରିବେ ରାଜ୍ୟ ବିଜେପି ନେତା । ପଶ୍ଚିମବଙ୍ଗର ୩୬ଟି ନିର୍ବାଚନ ମଣ୍ଡଳୀରୁ ଚବିଶପ୍ରଗଣାର ୬ ଓ କଲିକତା ୩ଟି ନିର୍ବାଚନ ମଣ୍ଡଳୀରେ ଦଳୀୟ ନେତା ପ୍ରଚାର କରିବେ । ଓଡ଼ିଶାର ବିଜେପି ବିଧାୟକ, ମନ୍ତ୍ରୀ ଦୁଇ ମାସ ପୂର୍ବରୁ ପଶ୍ଚିମବଙ୍ଗରେ କାମ ଆରମ୍ଭ କରି ଦେଇଛନ୍ତି । ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ନେତାକୁ ଏହି ଦାୟିତ୍ଵ ଦିଆଯାଇଛି । ଏହା ସହିତ ଅନ୍ୟ ଜିଲ୍ଲାର ବିଜେପି ନେତା ମନ୍ତ୍ରୀ, ବିଧାୟକ ମଧ୍ୟ ପଶ୍ଚିମବଙ୍ଗ ପ୍ରଚାର ପାଇଁ ଯିବେ ବୋଲି ମନମୋହନ କହିଛନ୍ତି ।

​​​​​​​ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏପ୍ରିଲ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ଏବଂ ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ୧୪୨ଟି ଆସନ ପାଇଁ ମତଦାନ ହେବ । ଆସନ୍ତା ମେ’ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

 

Leave a comment