ସନ୍ୟାସ ନେଲେ ଭି କେ ପାଣ୍ଡିଆନ୍ । ରାଜ୍ୟ ରାଜନୀତିରୁ ସନ୍ୟାସ ନେଲେ । କିଛି ମାସ ପୂର୍ବରୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଭୈରବ କାର୍ତ୍ତିକ ପାଣ୍ଡିଆନ୍ ଆଜି ରାଜନୀତି ଛାଡ଼ିଛନ୍ତି। ସେ ରାଜନୀତିରୁ ସନ୍ୟାସ ନେଇଥିବା ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସାଧାରଣ ନିର୍ବାଚନ-୨୦୨୪ରେ ବିଜୁ ଜନତା ଦଳ (ବିଜେଡି)ର ପରାଜୟ ପାଇଁ ସେ କ୍ଷମା ମାଗିଛନ୍ତି। ମୋ ବିରୋଧରେ ପ୍ରଚାର, ଦଳକୁ କ୍ଷତି ପହଞ୍ଚାଇଥିବାରୁ ଦୁଃଖ ପ୍ରକାଶ କରୁଛି। ବିଜୁ ପରିବାର ଓ କର୍ମୀମାନଙ୍କୁ କ୍ଷମା ମାଗୁଛି। ନବୀନ ପଟ୍ଟନାୟକଙ୍କ ସହାୟତା ପାଇଁ ରାଜନୀତିକୁ ଆସିଥିଲି ବୋଲି କହିଛନ୍ତି।
୨୦୨୪ ଓଡ଼ିଶା ନିର୍ବାଚନରେ ବିଜେଡି ପରାଜୟ ପାଇଁ ଦାୟୀ କରାଯାଉଛି ପାଣ୍ଡିଆନଙ୍କୁ । ୨୦୦୦ ମସିହାରେ ସେ ପ୍ରସାଶନିକ ସେବାରେ ଯୋଗ ଦେଇଥିଲେ ।୨୦୦୭ ମସିହାରେ ଗଞ୍ଜାମକୁ ବଦଳି ହୋଇଥିଲେ ।୨୦୧୧ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ ହୋଇଥିଲେ ।୨୦୨୩ ମସିହା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ ।୨୦୧୯ ମସିହାରେ ସେ ଓଡ଼ିଶା ସରକାରଙ୍କ ୫ଟି କାର୍ଯ୍ୟକ୍ରମର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ ।୨୦୨୩ ମସିହାରେ ସେ ପ୍ରସାଶନିକ ସେବାରୁ ସ୍ୱେଚ୍ଛାକୃତ ଭାବରେ ଅବସର ନେଇଥିଲେ ।୨୭ ନଭେମ୍ବର ୨୦୨୩ରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।