କିଛି ସମୟ ପରେ ଆରମ୍ଭ ପ୍ରଧାନମନ୍ତ୍ରୀଙ୍କ ଶପଥଗ୍ରହଣ ସମାରୋହ । ୭.୧୫ରେ ତୃତୀୟ ପାଳି ପାଇଁ ଶପଥନେବେ ମୋଦୀ । ଏହାକୁ ନେଇ ବଡ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଶପଥଗ୍ରହଣ କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନିମନ୍ତ୍ରଣ ମିଳିଛି । ତେବେ ସେ ଏଥିରେ ସାମିଲ ହେବେ କି ନାହିଁ ନିଷ୍ପତ୍ତି ହୋଇନାହିଁ । ଏହାଛଡା ଶପଥ ସମାରୋହରେ ଦେଶର ବିଭିନ୍ନ ପଡୋଶୀ ରାଷ୍ଟ୍ର ବି ସାମିଲ ହେଉଛି । ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିନେ୍ଧ, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଖେଖ ହସିନା, ନେପାଲ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ନିମନ୍ତ୍ରଣ ପତ୍ର ଗ୍ରହଣ କରିଛନ୍ତି ।ତେବେ ନେତାମାନଙ୍କ ମଧ୍ୟରେ ଅମିତ ଶାହା, ନୀତିନ ଗଡକରୀ, କିରଣ ରିଜ୍ଜୁ, ଏଲଜେପି ନେତା ଚିରାଗ ପାସୱାନ, ନିର୍ମଳା ସିତାରମଣ, ଶିବରାଜ ସିଂ ଚୌହାନ, ହରଦୀପ ସିଂ ପୁରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, ମଣିପୁର ମୁଖ୍ୟମନ୍ତ୍ରୀ, ହରିୟାଣା ମୁଖ୍ୟମନ୍ତ୍ରୀ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଆଦି ଅନେକ ନେତା ପହଞ୍ଚି ସାରିଲେଣି । ସେହିପରି ବଲିଉଡ ଜଗତର ଅନେକ ନାମୀଦାମୀ କଳାକାର ଏହି ସମାରୋହରେ ସାମିଲ ହେବାକୁ ପହଞ୍ଚି ସାରିଲେଣି ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି