ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଜେ  ପି ନଡ୍ଡା

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ  ପି ନଡ୍ଡା ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶ୍ରୀ ନଡ୍ଡା ପୂର୍ବାହ୍ନ ୧୦ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବା ପରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଅପରାହ୍ଣରେ ଫେରିଯିବେ ବୋଲି ଜଣାପଡ଼ିଛି।

ଓଡ଼ିଶା ବିଜେପି ସଦସ୍ୟତା ଅଭିଯାନ ମାଧ୍ୟମରେ ୧କୋଟି ସଦସ୍ୟଙ୍କୁ ସାମିଲ କରିବାକୁ ଯୋଜନା କରାଯାଇଛି।  କେଉଁ ପର୍ଯ୍ୟାୟରେ କିଭଳି କାର୍ଯ୍ୟକ୍ରମ କରାଯିବ ସେନେଇ ଶ୍ରୀ ନଡ୍ଡା ଆଲୋଚନା କରିବେ। ସେହିପରି ସଦସ୍ୟତା ଅଭିଯାନ ଶେଷ ହେବା ପରେ ସଙ୍ଗଠନ ସ୍ତରରେ ବ୍ୟାପକ ଅଦଳବଦଳ ହେବାକୁ ଥିବାରୁ ଏନେଇ ମଧ୍ୟ ଶ୍ରୀ ନଡ୍ଡା ମତାମତ ସଂଗ୍ରହ କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ବିଜେପି ସରକାରକୁ ୧୦୦ଦିନ ପୂରିଛି। ଏହି ସମୟରେ ଆରମ୍ଭ ହୋଇପାରିନଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କିପରି ଶୀଘ୍ର ଆରମ୍ଭ ହେବ ଏବଂ ଦଳର ଆଗାମୀ ରଣନୀତି କ’ଣ ରହିବ ସେନେଇ ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।