ସୁପ୍ରିମକୋର୍ଟରୁ ମହମ୍ମଦ ମୋକିମଙ୍କୁ ମିଳିଲା ଜାମିନ୍ । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ମାମଲାରେ ମିଳିଲା ଜାମିନ୍

ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ମାମଲାରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଜାମିନ୍ ମଞ୍ଜୁର କଲେ ସୁପ୍ରିମ କୋର୍ଟ । ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତାଙ୍କୁ ୩ବର୍ଷ ଦଣ୍ଡାଦେଶ ଶୁଣାଇଥିବାବେଳେ ଏହାକୁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ । ଏହାକୁ ବିଚାର କରି ସୁପ୍ରିମକୋର୍ଟ ତାଙ୍କ ଜାମିନ ଦେଇଛନ୍ତି ।

ଭିଜିଲାନ୍ସ ଦଣ୍ଡାଦେଶ ଉପରେ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । କିନ୍ତୁ ଏହା ଭିତରେ ତାଙ୍କୁ ଗିରଫ କରିବାକୁ ହେବାର ଯେଉଁ ଭୟ ଥିଲା ତାହା ଏବେ ଜାମିନ୍ ମଂଜୁର ପରେ ଦୂର ହୋଇଛି । ତେବେ ଜାମିନ ପରେ ବି ନିୟମ ଅନୁସାରେ ନିର୍ବାଚନ କିନ୍ତୁ ଲଢିପାରିବେ ନାହିଁ ମୋକିମ୍ । ତେଣୁ ଏଥର ମୋକିମଙ୍କ ସ୍ଥାନରେ ତାଙ୍କ ପରିବାରର ଆଉ କାହାକୁ ଟିକେଟ୍ ମିଳିବ କି ସେ ନେଇ ହେଉଛି ଚର୍ଚ୍ଚା ।