ବିଜେଡି ଘୋଷଣା କଲା ପ୍ରାର୍ଥୀ ତାଲିକା

ଭୁବନେଶ୍ବର ଏବଂ ସମ୍ବଲପୁରରେ ହେବ କଡା ଟକ୍କର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସଭା 9ଟି ଆସନ, ବିଧାନସଭା 72 ଟି ଆସନ ଘୋଷଣା କରିଛନ୍ତି । ବିଜେପି 18ଟି ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଭୁବନେଶ୍ବରରୁ ଶ୍ରୀମୟୀ ମିଶ୍ରଙ୍କ ନାମ ଘୋଷଣା ନକରି ମନ୍ନଥଙ୍କୁ ଘୋଷଣା କରିଛି ଦଳ । କେନ୍ଦ୍ରାପଡ଼ାରୁ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତିଙ୍କୁ ଘୋଷଣା କରିଛି ବିଜେଡି । ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ଟକ୍କର ଦେଇପାରନ୍ତି । ଅନ୍ୟ ଆସନ ପରେ ଘୋଷଣା କରିବ ବିଜେଡି । ଏବେ ପ୍ରାର୍ଥୀ ଘୋଷଣା ପରେ ସାଧାରଣରେ ଅଙ୍କକଷା ଆରମ୍ଭ ହୋଇଛି ।
ଭୁବନେଶ୍ବର ଆସନରେ ହେବ ବିଜେପି ବିଜେଡି ମଧ୍ୟରେ କଡ଼ା ଟକ୍କର । କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଦଳ ଲୋକସଭା ଆସନରୁ ପ୍ରାର୍ଥୀ କରାଇଛି । କ୍ୟାପଟେନ ମନ୍ମଥ ରାଉତରାୟ ହେଉଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ । ବିଜେଡି ଭୋଟ ସହ କଂଗ୍ରେସ ଭୋଟ ମିଶିବା ପରେ ତାଙ୍କୁ ଫାଇଦା ମିଳିବାର ସମ୍ଭାବନା ରହିଛି । ଯଦି ସୁର ପୁଅଙ୍କ ପାଇଁ ପ୍ରଚାର କରନ୍ତି ତେବେ ତାଙ୍କ ସମର୍ଥକମାନେ ତାଙ୍କ ପାଇଁ ପ୍ଲସ ପଟଣ୍ଟ ହେବେ । ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାମିଲ ହୋଇଥିବା କହିଛନ୍ତି ମନ୍ମଥ ।
ବିଜେଡି ଲୋକସଭା ପ୍ରାର୍ଥୀ

କଳାହାଣ୍ଡି – ଲମ୍ବୋଧର ନିଆଳ
ସମ୍ବଲପୁର – ପ୍ରଣବ ପ୍ରକାଶ ଦାସ
ସୁନ୍ଦରଗଡ – ଦିଲ୍ଲୀପ ତିର୍କୀ
ମୟୂରଭଞ୍ଜ – ସୁଦାମ ମାର୍ଣ୍ଡି
କେନ୍ଦ୍ରାପଡା – ଅଂଶୁମାନ ମହାନ୍ତି
ନବରଙ୍ଗପୁର – ପ୍ରଦୀପ ମାଝୀ
ଭୁବନେଶ୍ୱର – ମନ୍ମଥ ରାଉତରାୟ
କୋରାପୁଟ – କୌଶଲ୍ୟା ହିକ୍କକା
ଆସ୍କା – ରଞ୍ଜିତା ସାହୁ

ବିଜେଡି ବିଧାନସଭା ପ୍ରାର୍ଥୀ

ବିଷମ କଟକ – ଜଗନ୍ନାଥ ସାରକା
ଗୁଣୁପୁର – ରଘୁନାଥ ଗମାଙ୍ଗ
ରାୟଗଡା – ଅନୁସୂୟା ମାଝୀ
ବରଗଡ – ଦେବେଶ ଆଚାର୍ଯ୍ୟ
ବିଜେପୁର – ରୀତା ସାହୁ
ଅତାବିରା – ସେହ୍ନାଙ୍ଗିନୀ ଛୁରିଆ
ଭଟଲି – ସୁଶାନ୍ତ ସିଂ
ଜଳେଶ୍ୱର – ଅଶ୍ୱିନୀ କୁମାର ପାତ୍ର
ବସ୍ତା – ସୁବାସିନୀ ଜେନା
ଭଣ୍ଡାରୀପୋଖରୀ – ସଞ୍ଜୀବ ମଲ୍ଲିକ
ଭଦ୍ରକ – ପ୍ରଫୁଲ ସାମଲ
ବାସୁଦେବପୁର – ବିଷ୍ମୁବତ୍ର ରାଉତରାୟ
ଧାମନଗର – ଡକ୍ଟର ସଞ୍ଜୟ କୁମାର ଦାସ
ଚାନ୍ଦବାଲି – ବ୍ୟୋମକେଶ ରାୟ
ବିଞ୍ଝାରପୁର – ପ୍ରମିଳା ମଲ୍ଲିକ
ଧର୍ମଶାଳା – ପ୍ରଣବ ବଳବନ୍ତରାୟ
ଯାଜପୁର – ସୁଜାତା ସାହୁ
ସୁକିନ୍ଦା – ପ୍ରୀତିରଞ୍ଜନ ଘଡେଇ
ଢେଙ୍କାନାଳ – ସୁଧୀର ସାମଲ
କାମାକ୍ଷାନଗର – ପ୍ରଫୁଲ କୁମାର ମଲ୍ଲିକ
ପରଜଙ୍ଗ – ନୃସିଂହ ସାହୁ
ପାଲଲହଡା – ମୁକେଶ ପାଲ
ଛେଣ୍ଡିପଦା – ସୁଶାନ୍ତ କୁମାର ବେହେରା
ସୋନପୁର – ନିରଞ୍ଜନ ପୂଜାରୀ
ଲୋଇସିଂହା – ନିହାର ରଞ୍ଜନ ବେହେରା
ପାଟଣାଗଡ – ସରୋଜ ମେହେର
ବଲାଙ୍ଗୀର – କଳିକେଶ ନାରାୟଣ ସିଂହଦେଓ
ଟିଟିଲାଗଡ – ଟୁକୁନି ସାହୁ
ନୂଆପଡା – ରାଜେନ୍ଦ୍ର ଢୋଲକିଆ
ଉମରକୋଟ – ନବୀନା ନାୟକ
ଝରିଗାଁ – ରମେଶ ଚନ୍ଦ୍ର ମାଝୀ
ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ
ଡାବୁଗାଁ – ମନୋହର ରନ୍ଧାରୀ
ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ
ଜୁନାଗଡ – ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ – ପୁଷ୍ପେନ୍ଦ୍ର ସିଂ ଦେଓ
ଭବାନୀପାଟଣା – ଲତିକା ନାୟକ
ଜି ଉଦୟଗିରି – ସାଲୁଗା ପ୍ରଧାନ
କଣ୍ଟାମାଳ – ମହିଧର ରଣା
ବୌଦ୍ଧ – ପ୍ରଦୀପ କୁମାର ଅମାତ
ବଡମ୍ବା – ଦେବୀ ପ୍ରସାଦ ମିଶ୍ର
ବାଙ୍କୀ – ଦେବୀରଞ୍ଜନ ତ୍ରିପାଠୀ
ଆଠଗଡ – ରଣେନ୍ଦ୍ର ପ୍ରତାପ ସ୍ୱାଇ
କଟକ ଚୌଦାର – ସୌଭିକ ବିଶ୍ୱାଳ
ନିଆଳି – ପ୍ରମୋଦ ମଲ୍ଲିକ
କଟକ ସଦର – ଚନ୍ଦ୍ରସାରଥୀ ବେହେରା
ପାଟକୁରା – ଅରବିନ୍ଦ ମହାପାତ୍ର
ଆଳି – ପ୍ରତାପ ଦେବ
ରାଜନଗର – ଧ୍ରୁବ ସାହୁ
ମହାକାଳପଡା – ଅତନୁ ସବ୍ୟସାଚ୍ଚୀ ନାୟକ