ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ

ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ । ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଇପ୍ସିତା ସାହୁଙ୍କୁ ନିଯୁକ୍ତି ଦେଇଛନ୍ତି ନବୀନ । ସେହିପରି ଚିନ୍ମୟ ସାହୁ ବିଜୁ ଯୁବ ବିଜେଡି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।

ଏହାବାଦ୍ ୪ ଜଣ ବରିଷ୍ଠ ଯୁବ ନେତାଙ୍କୁ ଛାତ୍ର ବ୍ୟାପାର ଦାୟିତ୍ବ ଦେଇଛନ୍ତି ନବୀନ । ଦେବେଶ ଆଚାର୍ଯ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ହୋଇଥିବା ବେଳେ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ମିଳିଛି ସାଧାରଣ ସମ୍ପାଦକ ଦାୟିତ୍ବ । ସେହିପରି ଶୁଭାଶିଷ ଖୁଣ୍ଟିଆ ଏବଂ ସୌଭିକ ବିଶ୍ବାଳଙ୍କୁ ସାଧାରଣ ସମ୍ପାଦକ କରିଛନ୍ତି ନବୀନ ପଟ୍ଟନାୟକ ।

ସେହିପରି ୪ ଜଣ ବରିଷ୍ଠ ନେତାଙ୍କୁ ଯୁବ ବ୍ୟାପାର ଦାୟିତ୍ବ ଦେଇଛନ୍ତି ନବୀନ । ବ୍ୟୋମକେଶ ରାୟଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ, ରାଜେନ୍ଦ୍ର ସାହୁ, ଅମରେଶ ପତ୍ରୀ ଓ ସଞ୍ଜିତ ମହାନ୍ତିଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ଦାୟିତ୍ବ ପ୍ରଦାନ କରିଛନ୍ତି ନବୀନ । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ଏହି ନାଁ ଘୋଷଣା କରିଛନ୍ତି ।

 

Leave a comment