ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ , ଜାଣନ୍ତୁ କଣ

ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଅର୍ଥ ହେରଫେର, ସଂସଦରେ ଦେଶ ସୁରକ୍ଷା ଓ ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ଆସିଛି । ଏହାସହ ସମ୍ପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା, ବିମୁଦ୍ରୀକରଣ ବେଳେ ନଗଦ ଟଙ୍କା ଡିପୋସିଟ୍‌, ମିଶାଇଲ୍‌ ସିଷ୍ଟମ ଭଳି ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ନେଇ ସଂସଦରେ ସ୍ୱତନ୍ତ୍ର ଭାବେ ପ୍ରଶ୍ନ ପଚାରିବା ଅଭିଯୋଗ ମଧ୍ୟ ରହିଛି । ଏହାସହ ନ୍ୟୁକ୍ଲିୟର ବୁଡା ଜାହାଜ, ମିଶାଇଲ ସିଷ୍ଟମ ସମ୍ପର୍କିତ ତଥ୍ୟ ପଚାରିବା ଅଭିଯୋଗ ଥିବା ସହ ଆଇଏନଏସ ଅରିହନ୍ତ ଓ ଆଇଏନଏସ ଚକ୍ରର ଗୁପ୍ତ ତଥ୍ୟ ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଗୃହ ମନ୍ତ୍ରାଳୟ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଦୁଇଟି ଅଭିଯୋଗ ଦାୟର ହୋଇଥିବା ନେଇ ସୂଚନା ମିଳିଛି।
ଅନ୍ୟ ପଟେ ପିନାକୀ ମିଶ୍ରଙ୍କ ନାଁରେ ଥିବା ମନି ଲଣ୍ଡରିଂ ଅଭିଯୋଗକୁ ପୁରୁଣା, ସତ୍ୟତା ନାହିଁ କହି ସେ ଖଣ୍ଡନ କରିଛନ୍ତି।

Leave a comment