ଏହି ନିର୍ବାଚନ ଦୁନିଆର ସବୁଠାରୁ ଦାମୀ ନିର୍ବାଚନ ଭାବେ ପରିଚିତ ହେବ

ସେଣ୍ଟର ଫର ମିଡିଆ ଷ୍ଟଡିଜ ଅନୁସାରେ, ଚଳିତ ନିର୍ବାଚନରେ ୧.୨୦ ଲକ୍ଷ କୋଟି ଖର୍ଚ୍ଚ ହୋଇପାରେ। ଯଦି ଏପରି ହେଉଛି ତେବେ ଏହି ନିର୍ବାଚନ ଦୁନିଆର ସବୁଠାରୁ ଦାମୀ ନିର୍ବାଚନ ଭାବେ ପରିଚିତ ହେବ। ସୂଚନାଥାଉ କି, ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନୀ ଖର୍ଚ୍ଚ ପ୍ରତିଥର ଦୁଇଗୁଣ ଅଧିକ ବୃଦ୍ଧି ପାଉଛି। ୨୦୧୯ରେ ନିର୍ବାଚନୀ ଖଚ୍ଚ ୬୦ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୪ରେ ୩୦ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଯଦି ଲୋକ ସଭା ନିର୍ବାଚନ ହେଉଛି ତେବେ ଏହାର ସବୁ ଖର୍ଚ୍ଚ କେନ୍ଦ୍ର ସରକାର ଉଠାଇଥାନ୍ତି। ଆଉ ବିଧାନ ସଭାର ସବୁ ଖର୍ଚ୍ଚ ରାଜ୍ୟ ସରକାର ଉଠାଇଥାନ୍ତି। ଆଉ ଯଦି ବିଧାନ ସଭା ଓ ଲୋକ ସଭା ଏକାଠି ହୁଏ ତେବେ କେନ୍ଦ୍ର ଓ ରାଜ୍ୟ ଭାଗବଣ୍ଟା କରି ଖର୍ଚ୍ଚ କରିଥାନ୍ତି।

ଆସୋସିଏଶନ ଡେମୋକ୍ରାଟିକ ରିଫର୍ମର ରିପୋର୍ଟ ଅନୁସାରେ, ୨୦୧୪ରେ ସବୁ ରାଜନୈତିକ ପାର୍ଟି ୬୪୦୫ କୋଟି ଟଙ୍କାର ଚାନ୍ଦା ପାଇଥିଲେ। ସେଥିରୁ ୨୫୯୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ସେହିପରି ୨୦୧୯ରେ ଭାଜପା ୧୧୪୨ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ କଂଗ୍ରେସ ୬୨୬ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ସେହିପର୍ଷ ଭାଜପା ୩୦୩ ସିଟ୍‌ ଜିତିଥିଲା। ଏହାକୁ ବିଚାରକୁ ନେଲେ ଭାଜପା ଗୋଟିଏ ଆସନ ପାଇଁ ପ୍ରାୟ ୩.୭୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା। କଂଗ୍ରେସ ୫୨ ସିଟ୍‌ ଜିତିଥିଲା ଅର୍ଥାତ୍‌ ଗୋଟିଏ ସିଟ୍‌ ପିଛା ପ୍ରାୟ ୧୨କୋଟି ଟଙ୍କା ଖର୍ଚ୍ଚ କରିଥିଲା।

ତେବେ ନିର୍ବାଚନ କମିଶନରଙ୍କ ବାଦ୍‌ ରାଜନୈତିକ ପାର୍ଟି ଓ ପ୍ରାର୍ଥୀ ଅଲଗା ଅଲଗା ଖର୍ଚ୍ଚ କରିଥାନ୍ତି। ଇସି ପ୍ରାର୍ଥୀଙ୍କ ପାଇଁ ୯୫ଲକ୍ଷ ଟଙ୍କାର ସୀମା ଧାର୍ଯ୍ୟ ରଖିଛନ୍ତି। କିନ୍ତୁ ରାଜନୈତିକ ପାର୍ଟି ପାଇଁ କୌଣସି ସୀମା ଧାର୍ଯ୍ୟ କରାଯାଇ ନାହିଁ। ରାଜନୈତିକ ପାର୍ଟି ସବୁଠାରୁ ଅଧିକ ଖର୍ଚ୍ଚ ଏହି ୩ଟି ଜିନିଷରେ କରନ୍ତି। ପବ୍ଲିସିଟି, ପ୍ରାର୍ଥୀ ଓ ଟ୍ରାଭେଲିଂ। ପ୍ରଚାର ସମୟରେ ଯାତାୟତ ପାଇଁ ବିଭିନ୍ନ ଗାଡି ବ୍ୟବହୃତ ହୋଇଥାଏ