ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ୮ଟି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ ମନୋଜ ମିଶ୍ରଙ୍କ ନାଁ ରହିଛି । ବଲାଙ୍ଗୀର ଆସନରୁ ମନୋଜ ମିଶ୍ରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ନିକଟରେ ଓଲିଉଡ କଳିରୁ ଚର୍ଚ୍ଚାକୁ ଆସିଥିଲେ ଅଭିନେତା ମନୋଜ ମିଶ୍ର । ଏହାପରେ ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଚମକାଇ କଂଗ୍ରେସରେ ସାମିଲ ହୋଇଥିଲେ ।
କଂଗ୍ରେସ ଘୋଷଣା କରିଥିବା ୮ ପ୍ରାର୍ଥୀଙ୍କ ନାଁ
ବରଗଡ – ସଞ୍ଜୟ ଭୋଇ
ସୁନ୍ଦରଗଡ-ଜନାର୍ଦ୍ଦନ ଦେହୁରୀ
ବଲାଙ୍ଗୀର-ମନୋଜ ମିଶ୍ର
କଳାହାଣ୍ଡି – ଦ୍ରୌପଦୀ ମାଝି
ନବରଙ୍ଗପୁର – ଭୁଜବଳ ମାଝୀ
କନ୍ଧମାଳ -ଅମୀର ଚାନ୍ଦ ନାୟକ
ବ୍ରହ୍ମପୁର –ରଶ୍ମି ରଞ୍ଜନ ପଟ୍ଟନାୟକ
କୋରାପୁଟ – ସପ୍ତଗିରି ସଙ୍କର ଉଲାକା