ଗୃହଲକ୍ଷ୍ମୀ, ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ଓ ବେକାରୀ ଭତା- କଂଗ୍ରେସ ନିର୍ବାଚନୀ ଇସ୍ତାହାର
ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ କଂଗ୍ରେସ ତିଆରି କରୁଛି ନିର୍ବାଚନୀ ଇସ୍ତାହାର । ଏହି ଇସ୍ତାହାରରେ କର୍ଣ୍ଣାଟକ ଓ ତେଲେଙ୍ଗାନା ଇସ୍ତାହାରର ଛାପ ଦେଖିବାକୁ ମିଳିଛି । କୁହାଯାଉଛି, ୧୫ ତାରିଖରେ ଇସ୍ତାହାର ଘୋଷଣା ହେବ । ଆଉଏଥିରେ ଗୃହଲକ୍ଷ୍ମୀ, ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ଓ ବେକାରୀ ଭତାକୁ ଗୁରୁତ୍ୱ ଦିଆଯାଇପାରେ । ପରିବାରର ଭୋଟକୁ ଟାର୍ଗେଟ କରି ଡାଇବେଟିସ ଔଷଧ ବି ବଂଟାଯିବା ସୂଚନା ରହିଛି ।ନିର୍ବାଚନରେ ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଚାଲିଛି ଇସ୍ତାହାର ପ୍ରସ୍ତୁତି । ଆସନ୍ତା ୧୫ ତାରିଖରେ କଂଗ୍ରେସର ଘୋଷଣା ହେବ ଇସ୍ତାହାର । ତେଲେଙ୍ଗାନା ଓ କର୍ଣ୍ଣାଟକ ଢାଂଚାରେ ଚାଲିଛି ଇସ୍ତାହାର ତିଆରି । କୁହାଯାଉଛି ୨୦୨୩ରେ ନିର୍ବାଚନୀ ଇସ୍ତାହାର ହିଁ କର୍ଣ୍ଣାଟକ ଓ ତେଲେଙ୍ଗନାରେ କଂଗ୍ରେସ ପାଇଁ ଗେମଚେଂଜର ହୋଇଥିଲା । ଏହି ଦୁଇ ରାଜ୍ୟରେ ଗୃହଲକ୍ଷ୍ମୀ ଯୋଜନା ଓ ପ୍ରତି ପରିବାରକୁ ୨୦୦ ୟୁନିଟ ଯାଏଁ ମାଗଣା ବିଜୁଳି ଓ ବେକାରୀ ଭତ୍ତା ଦଳକୁ ଫାଇଦା ଦେଇଥିଲା । ଏବେ ସେହି ଢାଞ୍ଚାରେ ଓଡିଶାରେ ବି ଇସ୍ତାହାର ପ୍ରସ୍ତୁତ କରିଛି କଂଗ୍ରେସ ।