ରାଜ୍ୟସଭା ପାଇଁ ବିଜେପିର ମନମୋହନ ସାମଲ ଓ ସୁଜିତ କୁମାର ହେଲେ ପ୍ରାର୍ଥୀ

ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ବିଜେଡି ପରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ଦଳ । ସେହିଭଳି ବିଜେପି ସୁଜିତ କୁମାରଙ୍କ ନାଁରେ ମୋହର ମାରିଛି । ବିଜେପି ସଂସଦୀୟ ବୋର୍ଡର ନିଷ୍ପତ୍ତି କ୍ରମେ ଉଭୟଙ୍କ ନାଁ ଘୋଷଣା କରାଯାଇଛି ।ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା କରିଥିବା ବେଳେ କମନ କ୍ୟାଣ୍ଡିଡେଟ୍ ଭାବେ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାଁ ଘୋଷଣା କରିସାରିଛି । କଂଗ୍ରେସ ନବୀନଙ୍କୁ ପ୍ରସ୍ତାବ ଦେଇଥିବା ପ୍ରାର୍ଥୀ ଦତ୍ତେଶ୍ବରଙ୍କୁ କମନ କ୍ୟାଣ୍ଡିଡେଟ୍ ଭାବେ ଘୋଷଣା କରିଥିବାରୁ ବିଜେପି ଏହାକୁ ଗ୍ରହଣ କରବନି ବୋଲି ଚର୍ଚ୍ଚା ହେଉଥିଲା ।ତେବେ ବିଜେପି ସୋମବାର ବିଧାନସଭାରୁ ୧୬ ସେଟ୍ ନାମାଙ୍କନ ପତ୍ର ନେଇସାରିଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହ ଆଶ୍ରିତ ପଟ୍ଟନାୟକ, ଦୁଷ୍ମନ୍ତ ସ୍ୱାଇଁ, ରଘୁନାଥ ଜଗଦଲା ଏବଂ ପ୍ରତାପ ନାୟକ ୧୬ ସେଟ୍ ନାମାଙ୍କନ ପତ୍ର କିଣିଛନ୍ତି । ଯଦିଓ ଦଳ ପାଖରେ ଦୁଇଟି ଆସନ ପାଇଁ ସଂଖ୍ୟା ରହିଛି ତେବେ ୧୬ ସେଟ୍ ନାମାଙ୍କନ ପତ୍ର କିଣିବା ନେଇ ଚର୍ଚ୍ଚା ବଢିଛି । ଚର୍ଚ୍ଚା ହେଉଛି ଦଳ ୩ ଜଣଙ୍କୁ ରାଜ୍ୟସଭା ପଠାଇବ ଚତୁର୍ଥ ସେଟ୍‌ଟି ଜଣେ ଡମି କ୍ୟାଣ୍ଡିଡେଟ୍ ପାଇଁ ।

Leave a comment