ଅନ୍ୟ ରାଜ୍ୟକୁ ଶିଳ୍ପ ସ୍ଥାନାନ୍ତରକୁ ଅସ୍ମିତା ନୁହେଁ ବିଜେପିର ଅପାରଗତା – ବିଜେଡି

ବିଜେପି ସରକାର ଉପରେ ବର୍ଷିଲା ବିଜେଡି । ଅନ୍ୟ ରାଜ୍ୟକୁ ଶିଳ୍ପ ସ୍ଥାନାନ୍ତରକୁ ଅସ୍ମିତା ନୁହେଁ ବିଜେପିର ଅପାରଗତା କହିଛନ୍ତି ବିଜେଡି ନେତା । ଡବଲ ଇଞ୍ଜିନ ସରକାରରେ ଡବଲ ବେନିଫିଟ୍ ହେବା କଥା । କିନ୍ତୁ ସବୁ କାମରେ ଡବଲ୍ ବ୍ରେକ୍ ଲାଗୁଛି ବୋଲି ପ୍ରେସମିଟ କରି କହିଛନ୍ତି ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଏବଂ ଶାରଦା ଜେନା ।

ସେ ଆହୁରି କହିଛନ୍ତି ଯେ, କେନ୍ଦ୍ରାପଡ଼ାରୁ ଆନ୍ଧ୍ର ଚାଲିଗଲା ଆର୍ସେଲ ମିତ୍ତଲ ନିପନ ଷ୍ଟିଲ ପ୍ଲାଣ୍ଟ । ସୋମବାର ଦିନ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଆର୍ସେଲ ମିତ୍ତଲଙ୍କ ଉପସ୍ଥିତିରେ ଶୁଭ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି କି ମିତ୍ତଲ କେନ୍ଦ୍ରାପଡ଼ା ପ୍ରକଳ୍ପରୁ ଓହରି ଆନ୍ଧ୍ର ସ୍ଥାନାନ୍ତରିତ ହୋଇଛି। ଶିଳ୍ପ ବିହୀନ ଜିଲ୍ଲା କେନ୍ଦ୍ରାପଡ଼ାରେ ଅନେକ ଆଶା ନେଇ ଆର୍ସେଲ ମିତ୍ତଲର କମ୍ପାନୀ ପ୍ରତିଷ୍ଠା ହେବ ବୋଲି ସ୍ୱପ୍ନ ଦେଖାଇଥିଲେ ରାଜ୍ୟ ସରକାର । ଏଥିରେ ଯୁବପୀଢି ନିଯୁକ୍ତି ନେଇ ମଧ୍ୟ କଥା ଦେଇଥିଲେ । ହେଲେ ତାହା ଧୁଳିସାତ ହୋଇଛି। ଚୌଦ୍ୱାର ଟେକ୍ସଟାଇଲ ମିଲରୁ ଓସୁଆଲ ଫେୃବୃଆରୀ ମାସରୁ ଓହରି ଯାଇଛି । ସେମିକଣ୍ଡକ୍ଟର ପ୍ରକଳ୍ପ ତାମିଲନାଡୁକୁ ସ୍ଥାନାନ୍ତର ହେଉଛି । ରାଜ୍ୟ ସରକାର, ଶିଳ୍ପ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଯେ, ଆର୍ସେଲ ମିତ୍ତଲଙ୍କ କମ୍ପାନୀ ଓଡ଼ିଶା ଆସିବ କି ନାହିଁ ? ଶିଳ୍ପ ଚାଲିଯିବା ଅସ୍ମିତା ନା ଅପାରଗତା । ଡବଲ ଇଞ୍ଜିନ ନା ଡବଲ ବ୍ରେକର ସରକାର ।

ସେହିପରି ଆମ ପ୍ରକଳ୍ପ ବାହାର ରାଜ୍ୟକୁ ସ୍ଥାନାନ୍ତର ହେଉଛି । ଯୁବକ-ଯୁବତୀଙ୍କ ସ୍ୱପ୍ନ ମଉଳି ଯାଉଛି । ବିଜେପି ସରକାର ଦିଲ୍ଲୀ ଦରବାର ସହ ଆଲୋଚନା କରନ୍ତୁ । ଏ ସମସ୍ୟାର ସମାଧାନ କରନ୍ତୁ । ଓଡ଼ିଶା ପାଇଁ କଳା ଦିବସ ହେବାକୁ ଯାଉଛି । ପ୍ରକଳ୍ପ ସ୍ଥାନାନ୍ତରଣର କାରଣ କ’ଣ ? ତାର ଅନୁଧ୍ୟାନ ହେବା ଦରକାର । ଡବଲ ଇଞ୍ଜିନରେ ଡବଲ ବିକାଶ ହେବା କଥା । କିମ୍ବା ରିଭର୍ସ ଗିୟରରେ ଚାଲିଛି ଡବଲ ଇଞ୍ଜିନର ସରକାର ।

Leave a comment