ନୂଆଦିଲ୍ଲୀ: ଆରଜେଡି ଏବଂ କଂଗ୍ରେସ ସହ ମେଣ୍ଟକୁ ସମାପ୍ତ କରି ବିଜେପି ସହ ପୁଣି ମେଣ୍ଟ କରିବା ଲାଗି ନୀତୀଶ ସ୍ଥିର କରିଛନ୍ତି। ସେ ଇସ୍ତଫା ଦେଇ ସନ୍ଧ୍ୟା ସୁଦ୍ଧା ଏନ୍ଡିଏ ସରକାରର ନେତୃତ୍ବ ନେଇ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆସନ୍ତା ତିନି ମାସ ମଧ୍ୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଭାଜପା ଏବଂ ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍) ଭିତରେ ଆସନ ବୁଝାମଣା ମଧ୍ୟ ଶେଷ ହୋଇଛି। ଏଥିସହ ବିହାରର ସମସ୍ତ ଭାଜପା ବିଧାୟକ ନୀତୀଶ କୁମାରଙ୍କୁ ସମର୍ଥନ ପତ୍ର ପ୍ରଦାନ କରିଥିବା ଖବର ମିଳିଛି। ନୀତୀଶ କୁମାର ରାଜ୍ୟରେ ସରକାର ପରିବର୍ତ୍ତନ ନେଇ ସିଧାସଳଖ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା କରୁଛନ୍ତି। ପୁଣିଥରେ ଭାଜପା ଶିବିରକୁ ଫେରିବା ପୂର୍ବରୁ ନୀତୀଶ କୁମାର ରବିବାର ଜେଡି(ୟୁ) ଏବଂ ଭାଜପା ବିଧାୟକଙ୍କ ପାଇଁ ଏକ ଲଞ୍ଚ (ମଧ୍ଯହ୍ନ ଭୋଜନ)ର ଆୟୋଜନ କରୁଛନ୍ତି। ଏହାପରେ ଉଭୟ ପାର୍ଟିର ବିଧାୟକ ରାଜ୍ୟପାଳଙ୍କ ନିକଟକୁ ଯାଇ ସେମାନଙ୍କର ସମର୍ଥନ ପତ୍ର ପ୍ରଦାନ କରିବେ।ସୂତ୍ରରୁ ପ୍ରକାଶ ଯେ ନୀତୀଶ କୁମାର ଆରଜେଡିରୁ ବରଖାସ୍ତ ହୋଇଥିବା ମନ୍ତ୍ରୀଙ୍କୁ ଭାଜପା ନେତାଙ୍କ ଦ୍ୱାରା ବଦଳାଇବାର ସମ୍ଭାବନା ରହିଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ