କଂଗ୍ରେସକୁ ଝଟକା: ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଏବଂ ବରିଷ୍ଠ ନେତା ଭୂପେନ କୁମାର ବୋରାହ

ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଆସାମ କଂଗ୍ରେସକୁ ଝଟକା ଲାଗିଛି। ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଏବଂ ବରିଷ୍ଠ ନେତା ଭୂପେନ କୁମାର ବୋରାହ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ୩୨ ବର୍ଷର ଲମ୍ବା ରାଜନୈତିକ ଯାତ୍ରା ପରେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ବୋରାହ କହିଛନ୍ତି ଯେ ତାଙ୍କ ଆତ୍ମସମ୍ମାନ ରକ୍ଷା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତିି। କେନ୍ଦ୍ରୀୟ ନେତୃତ୍ଵକୁ ସେ ତାଙ୍କର ଉସ୍ତଫା ପତ୍ର ପଠାଇଚନ୍ତି।

ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେତୃତ୍ୱ ସାଂଗଠନିକ ମାମଲାରେ ସମୟୋଚିତ ଏବଂ ନିର୍ଣ୍ଣାୟକ ନିଷ୍ପତ୍ତି ନେଇପାରୁନାହିଁ। ଦଳରେ ଏତେ ଦ୍ୱନ୍ଦ୍ୱ ରହିଛି ଯେ କିଏ ରାଲିରେ ଯୋଗଦେବେ ଏବଂ କିଏ ନୁହେଁ ତାହା ସ୍ଥିର କରିପାରୁନାହିଁ। ସେ ଦଳର ଅସଂଗଠିତ ଅବସ୍ଥା, ସମନ୍ୱୟର ଅଭାବ ଏବଂ ଆଭ୍ୟନ୍ତରୀଣ ସମସ୍ୟା ପ୍ରତି ଇଙ୍ଗିତ କରିଛନ୍ତି, ଯଦିଓ ସେ କୌଣସି ନିର୍ଦ୍ଦିଷ୍ଟ ନେତାଙ୍କ ନାମ ନେଇ ନାହାଁନ୍ତି। ସେ ୨୦୨୧ ମସିହାରୁ ୨୦୨୫ 2025 ପର୍ଯ୍ୟନ୍ତ ଆସାମ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ। ସେ ଦଳକୁ ମଜବୁତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ୨୦୨୫ମେ ମାସରେ ଲୋକସଭା ସାଂସଦ ଗୌରବ ଗୋଗୋଇଙ୍କୁ ରାଜ୍ୟ ସଭାପତି କରାଯାଇଥିଲା।

Leave a comment