ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ବିଧାନସଭା ବାଚସ୍ପତିଙ୍କ ନିକଟରେ ଦରଖାସ୍ତ କରିପାରେ ବିଜେଡି

ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ବିଧାନସଭା ବାଚସ୍ପତିଙ୍କ ନିକଟରେ ଦରଖାସ୍ତ କରିପାରେ ବିଜେଡି । ସଭ୍ୟପଦ ରଦ୍ଦ ହେବ କି ନାହିଁ ତାହା ବାଚସ୍ପତିଙ୍କ ଉପରେ ନିର୍ଭର କରେ । ପୂର୍ବରୁ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟ୍ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେବାର ନଜିର ରହିଛି । ହିମାଚଳ ପ୍ରଦେଶରେ ୨୦୨୪ରେ ୬ କଂଗ୍ରେସ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ଇସ୍ତଫା ଦେଇଥିଲେ । ଦଳୀୟ ନିର୍ଦ୍ଦେଶ ଅମାନ୍ୟ କରି ବିଜେପିକୁ ଭୋଟ୍ ଦେଇଥିଲେ। ହିମାଚଳ ପ୍ରଦେଶରେ ୨୦୨୪ ଫେବ୍ରୁଆରିରେ କଂଗ୍ରେସ ଦଳର ୬ ଜଣ ବିଧାୟକଙ୍କୁ ବିଧାନସଭାରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ।

ଏହି ବିଧାୟକମାନେ ରାଜ୍ୟସଭା ନିର୍ବାଚନ ସମୟରେ ନିଜ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ନଦେଇ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ । ଏହାସହ ସେମାନେ ଦଳର ନିର୍ଦ୍ଦେଶ ମାନି ନଥିଲେ । ବିଧାନସଭା ବାଚସ୍ପତି କୁଲଦୀପ ସିଂ ପଠାନିଆ ସମ୍ବିଧାନର ଦଶମ ଅନୁସୂଚୀ (Anti-defection law) ଅନୁଯାୟୀ ଏହି ପଦକ୍ଷେପ ନେଇଥିଲେ । ଦଳୀୟ ନିର୍ଦ୍ଦେଶ ନମାନିବା ଦ୍ୱାରା ସେମାନେ ସ୍ୱଇଚ୍ଛାରେ ଦଳ ଛାଡ଼ିଥିବା ଭଳି ବିବେଚନା କରାଯାଉଛି ବୋଲି ସେ କହିଥିଲେ । ୨୦୨୪ ଫେବୃଆରୀରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଏହି ୬ ବିଧାୟକ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କୁ ଭୋଟ୍ ଦେଇଥିଲେ । ଯାହାଫଳରେ ଶାସକ କଂଗ୍ରେସ ଦଳ ଅଡୁଆରେ ପଡ଼ିଥିଲା। ଅଯୋଗ୍ୟ ଘୋଷିତ ହେବା ପରେ ଏହି ବିଧାୟକମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଇନଗତ ଲଢ଼େଇ ଚାଲିଥିବା ବେଳେ ଏହି ୬ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ ।

Leave a comment