ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି

ଗତକାଲି ଭଳି ଆଜି ବି ବିଧାନସଭାରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଯାଇଥିଲେ। ଘଣ୍ଟ ଓ ବଂଶୀ ବଜାଇବା ଆରମ୍ଭ କରିଥିଲେ। ଏହାପରେ ବାଚସ୍ପତି ସେମାନଙ୍କୁ ନିଜ ସ୍ଥାନକୁ ଯିବା ଲାଗି ନିବେଦନ କରିଥିଲେ। ହେଲେ ସେଥିପ୍ରତି ସେମାନେ କର୍ଣ୍ଣପାତ କରିନଥିଲେ। ବିରୋଧୀଙ୍କ ହୋହଲ୍ଲା ଭିତରେ ଗୃହ କାର୍ଯ୍ୟ ଆଗକୁ ନେବା ସମ୍ଭବ ହୋଇ ନଥିଲା। ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

Leave a comment