ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ମହାରାଷ୍ଟ୍ରର ଖାନାପୁର ବିଧାନସଭା କ୍ଷେତ୍ରର ଶିବସେନା (ଶିନ୍ଦେ ଗୋଷ୍ଠୀ)ର ଜଣେ ବିଧାୟକଙ୍କର ବିୟୋଗ ଘଟିଛି । ବିଧାୟକ ଅନିଲ ବାବରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସାଙ୍ଗଲି ଜିଲ୍ଲାର ଏକ ହସ୍ପିଟାଲରେ ଅନିଲ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଅନିଲଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।୨୦୨୨ ମସିହାରେ ମହାରାଷ୍ଟ୍ରରେ ଦେଖାଦେଇଥିବା ବେଳେ ବିଦ୍ରୋହ ପରେ ଶିବସେନା ଦୁଇଭାଗରେ ବିଭକ୍ତ ହୋଇଥିଲା । ବିଦ୍ରୋହୀ ବିଧାୟକଙ୍କୁ ଧରି ଏକନାଥ ଶିନ୍ଦେ ବିଜେପି ସହ ମିଶି ରାଜ୍ୟରେ ସରକାର ଗଠନ କରିଥିଲେ । ସେହି ସମୟରେ ଅନିଲ ଶିନ୍ଦେ ଗୋଷ୍ଠୀ ସହିତ ଥିଲେ । ୨୦୧୯ ମସିହାରେ ଅନିଲ ଶିବସେନା ଟିକେଟରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୪ ଥର ବିଧାୟକ ରହିଥିଲେ । ତାଙ୍କର ମୃତ୍ୟୁରେ ବହୁ ବିଶିଷ୍ଟ ରାଜନେତାମାନେ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।
Trending
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
Prev Post
Next Post