ଆସନ୍ତାକାଲି ବଜେଟ। ସାରା ଦେଶବାସୀଙ୍କ ରହିଛି ପ୍ରତୀକ୍ଷା । ଆୟକର ସୀମାଠାରୁ ଆରମ୍ଭ କରି ଶିଳ୍ପ, ଭିତ୍ତିଭୂମି ଆଦି ଉପରେ କଣ ରହିବ ସରକାରଙ୍କ ଫୋକସ ସେଥିପ୍ରତି ଦେଶବାସୀଙ୍କ ରହିଛି ନଜର। ବଜେଟରେ କେଉଁ କ୍ଷେତ୍ରକୁ ଫୋକସ ଦିଆଯିବ? କ୍ରମବର୍ଦ୍ଧିଷ୍ଣୁ ରିୟଲ ଇଷ୍ଟେଟ କ୍ଷେତ୍ର ଉପରେ ଦିଆଯାଇପାରେ ଅଧିକ ଗୁରୁତ୍ବ। ରିୟଲ ଇଷ୍ଟେଟ କ୍ଷେତ୍ର ସମେତ କୃଷି, ଅର୍ଥ, ଶିକ୍ଷାଠାରୁ ଆରମ୍ଭ କରି ଭିତ୍ତିଭୂମି, ପ୍ରସ୍ତୁତି କ୍ଷେତ୍ର ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇପାରନ୍ତି ଗୁରୁତ୍ବ ।ଗତ କିଛି ବର୍ଷ ଧରି ରିଅଲ ଇଷ୍ଟେଟ ଶିଳ୍ପରେ ବ୍ୟାପକ ଅଭିବୃଦ୍ଧି ହୋଇଛି। କମର୍ସିଆଲ ଓ ଲକ୍ସରୀ ରିଅଲ ଇଷ୍ଟେଟ କ୍ଷେତ୍ରର ଆଦର ସବୁଠାରେ ବଢିଛି । ତେଣୁ ଏହା ଉପରେ କର ହ୍ରାସ ଲାଗି ସରକାରଙ୍କ ଠାରୁ ଆଶା ରଖାଯାଇଛି। ପ୍ରକଳ୍ପକୁ ଅଧିକ ଆଦୃତ କରିବା ସହ ଲୋକଙ୍କ ସାମର୍ଥ୍ୟ ଅନୁସାରେ ଏହା ଉପରୁ କର ହ୍ରାସ କରାଗଲେ ଏହାର ବ୍ୟାପକ ବିକାଶ ହେବ ବୋଲି ଆଶା ରହିଛି। କୋଭିଡ ପରେ ଗତିଶୀଳ ରହିଛି ରିୟଲ ଇଷ୍ଟେଟ କ୍ଷେତ୍ର। ରିୟଲ ଇଷ୍ଟେଟକୁ ଭିତ୍ତିଭୂମି ମାନ୍ୟତା ଦେବା ସହ ଅଧିକ ଗୁରୁତ୍ବ ଦେଆଯାଇପାରେ । ବାସଗୃହ କ୍ରେତାଙ୍କ ଲାଗି ବି ଦୃଷ୍ଟି ଦେଇପାରନ୍ତି ନିର୍ମଳା। ଶସ୍ତା ବାସଗୃହର ସୀମାକୁ ୪୫ ଲକ୍ଷରୁ ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ସମ୍ଭାବନା ରହିଛି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post