ବିଜେପି ପୁଣିଥରେ ସାଂସଦ ଜୁଏଲ୍ ଓରାମଙ୍କୁ ହିଁ ପ୍ରାର୍ଥୀ କରିବ ବୋଲି ସମସ୍ତଙ୍କର ଧାରଣା ରହିଥିଲା। କାରଣ ଟାଣୁଆ ଆଦିବାସୀ ନେତା ଜୁଏଲ୍ ଏହି ଆସନରୁ ସିରିଜ ବିଜୟ ସହ ୨୦୧୯ରେ ରେକର୍ଡ ଭୋଟରେ ଜିତିଥିଲେ। କିନ୍ତୁ ଏବେ ସମସ୍ତଙ୍କୁ ଚମକାଇ ଦେଲା ଭଳି ଏକ ଖବର ପଦାକୁ ଆସିଛି। ୫ ପାଳିର ସାଂସଦ ଜୁଏଲ ଓରାମ ଏଥର ଲୋକସଭା ଲଢ଼ିବେନି। ଦଳ ତାଙ୍କୁ ବିଧାନସଭାରୁ ପ୍ରାର୍ଥୀ କରିବାକୁ ଚାହୁଛି। ଏହା ଚୂଡ଼ାନ୍ତ ହୋଇ ନଥିଲେ ମଧ୍ୟ ଜାନୁଆରି ୪ ଓ ୫ ତାରିଖରେ ରାଉରକେଲା ମେଫେୟାରରେ ଅନୁଷ୍ଠିତ ବିଜେପିର ଚିନ୍ତନ ଶିବିରରେ ଏ ସମ୍ପର୍କରେ ବିଚାରବିମର୍ଶ ହୋଇଥିବା ଶୁଣିବାକୁ ମିଳିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନର ସଫଳତା ପରେ ବିଜେପି ସେହି ଢାଞ୍ଚାରେ ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କୁ ବିଧାନସଭା ପାଇଁ ମଇଦାନକୁ ଉତାରିବାକୁ ଚାହୁଁଛି। ଦଳ ତାଙ୍କୁ ବଣାଇ ବିଧାନସଭାରେ ଛିଡ଼ା କରିବାକୁ ଚାହୁଥିବାବେଳେ ଜୁଏଲ୍ କିନ୍ତୁ ବଣାଇ ପରିବର୍ତ୍ତେ ସୁନ୍ଦରଗଡ଼ ସଦର ବିଧାନସଭାରୁ ଲଢ଼ିବାକୁ ମନ ବଳାଇଥିବା କଥା ଚର୍ଚ୍ଚାକୁ ଆସିଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post