ମନ୍ତ୍ରିମଣ୍ଡଳ ଭାଙ୍ଗିଦେଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

୨୦୧୯ ମେ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ଜଗନମୋହନ ଘୋଷଣା କରିଥିଲେ ଯେ ଅଢେଇ ବର୍ଷ ପରେ ସେ ନିଜ ମନ୍ତ୍ରିମଣ୍ଡଳକୁ ସମ୍ପୂର୍ଣ୍ଣ ବଦଳାଇବେ ଏବଂ ଏକ ନୂଆ ଟିମ୍‌ ଗଢିବେ । ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଜଗନ୍‌ । ପୁନର୍ଗଠିତ ମନ୍ତ୍ରିମଣ୍ଡଳରେ ଅଧିକାଂଶ ନୂଆ ମୁହଁକୁ ସାମିଲ କରାଯାଇପାରେ । ଏନେଇ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଜଭବନରେ ଭେଟି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ।

ମେଟ୍ରୋ ଓଡିଶା (୮.୪.୨୦୨୨ )


ଆଜି ଜଗନ୍ ମୋହନ ରେଡ୍ଡୀ ତାଙ୍କ କ୍ୟାବିନେଟ୍ ଭଙ୍ଗ କରିଛନ୍ତି। ଏହା ପରେ ସମସ୍ତ ମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି | ଏହାପୂର୍ବରୁ ଗୁରୁବାର ଦିନ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ନେତୃତ୍ୱରେ ଶେଷ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଜଗନ୍ ମୋହନ ରେଡ୍ଡୀ ରାଜ୍ୟ କ୍ୟାବିନେଟରେ ଏକ ବଡ ପରିବର୍ତ୍ତନ କରିବେ | ଆଉ କୁହାଯାଉଛି ଯେ ନୂତନ କ୍ୟାବିନେଟରେ ଅନେକ ପୁରୁଣାଙ୍କୁ ବାଦ ଦେଇ ନୂଆ ମୁହଁଙ୍କୁ ସାମିଲ କରାଯିବ ।

ସେଥିପାଇଁ ଗୁରୁବାର ଦିନ ଏକାଥରକେ ଇସ୍ତଫା ଦେଇଛନ୍ତି ୨୪ ମନ୍ତ୍ରୀ । ସୂଚନାନୁଯାୟୀ କ୍ୟାବିନେଟ୍‌ ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଜଗନମୋହନ ବୁଧବାର ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ମନ୍ତ୍ରୀମାନେ ଏକାସାଙ୍ଗରେ ଇସ୍ତଫା ଦେଇଛନ୍ତି । ତେବେ ଏପ୍ରିଲ ୧୧ ରେ ପୁନର୍ବାର ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ହେବ ।

ଏଣୁ ଶପଥ ଗ୍ରହଣ ପୂର୍ବରୁ ସମସ୍ତ ମନ୍ତ୍ରୀଙ୍କୁ ନିଜ ନିଜ ଇସ୍ତଫା ପତ୍ର ଦାଖଲ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।୨୦୧୯ ମେ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ଜଗନମୋହନ ଘୋଷଣା କରିଥିଲେ ଯେ ଅଢେଇ ବର୍ଷ ପରେ ସେ ନିଜ ମନ୍ତ୍ରିମଣ୍ଡଳକୁ ସମ୍ପୂର୍ଣ୍ଣ ବଦଳାଇବେ ଏବଂ ଏକ ନୂଆ ଟିମ୍‌ ଗଢିବେ । ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଜଗନ୍‌ । ପୁନର୍ଗଠିତ ମନ୍ତ୍ରିମଣ୍ଡଳରେ ଅଧିକାଂଶ ନୂଆ ମୁହଁକୁ ସାମିଲ କରାଯାଇପାରେ । ଏନେଇ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଜଭବନରେ ଭେଟି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ।