ବିଜେପିରେ ସାମିଲ ହେବେନି କମଲନାଥ

ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ବିଜେପିରେ ସାମିଲ ହେଉନଥିବା କହିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ । ଏହି ସୂଚନା ଦେବା ପୂର୍ବରୁ ଦିଲ୍ଲୀରେ ନିଜର ଖାସ୍ ଅନୁଗତଙ୍କ ସହ ଆଲୋଚନା କରିଥିଲେ କମଲନାଥ । ବୈଠକ ପରେ ସଜ୍ଜନ କୁମାର ବର୍ମା କହିଛନ୍ତି, କମଲନାଥ ବିଜେପିରେ ସାମିଲ ହେବା ପ୍ରଶ୍ନ ସମ୍ପୂର୍ଣ୍ଣ ରୂପେ କାଳ୍ପନିକ ।

ଏହି ସୂଚନା ଦେବା ପୂର୍ବରୁ ଦିଲ୍ଲୀରେ ନିଜର ଖାସ୍ ଅନୁଗତଙ୍କ ସହ ଆଲୋଚନା କରିଥିଲେ କମଲନାଥ । ବୈଠକ ପରେ ସଜ୍ଜନ କୁମାର ବର୍ମା କହିଛନ୍ତି, କମଲନାଥ ବିଜେପିରେ ସାମିଲ ହେବା ପ୍ରଶ୍ନ ସମ୍ପୂର୍ଣ୍ଣ ରୂପେ କାଳ୍ପନିକ ।

ଏହାପୂର୍ବରୁ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଭିତରେ କମଲନାଥ ଶନିବାର ଦିଲ୍ଲୀ ଯାଇଥିଲେ । ସେତେବେଳେ ବିଜେପିରେ ସାମିଲ ହେବା ପ୍ରଶ୍ନରେ କମଲନାଥ କହିଥିଲେ, ଆପଣମାନେ ବହୁତ ଉତ୍ସାହିତ ହେଉଛନ୍ତି ।