ଦେଶରେ ଏକସଙ୍ଗେ ସମସ୍ତ ନିର୍ବାଚନ କରାଇବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଜନୈତିକ ଦଳଗୁଡ଼ିକୁ ଆମନ୍ତ୍ରଣ କରି ଏକସଙ୍ଗେ ନିର୍ବାଚନ ନେଇ ନ୍ୟାୟିକ ଆୟୋଗ ସେମାନଙ୍କ ମତାମତ ସଂଗ୍ରହ କରିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ, ରାଜ୍ୟ ସଭାର ପୂର୍ବତନ ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ପୂର୍ବତନ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍.କେ. ସିଂ, ଲୋକ ସଭାର ପୂର୍ବତନ ମହାସଚିବ ସୁଭାଷ ସି. କଶ୍ୟପ ଏବଂ ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରି ବୈଠକରେ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ହରିଶ ସାଲ୍ଭେ ଭର୍ଚୁଆଲି ବୈଠକରେ ସାମିଲ ହୋଇଥିଲେ। ତେବେ ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବୈଠକକୁ ଆସି ନ ଥିଲେ। ସ୍ବୀକୃତିପ୍ରାପ୍ତ ଜାତୀୟ ଦଳ, ବିଭିନ୍ନ ରାଜ୍ୟରେ ସରକାରରେ ଥିବା ଦଳ, ପାର୍ଲାମେଣ୍ଟକୁ ସଦସ୍ୟ ପଠାଇଥିବା ଦଳ ଏବଂ ଅନ୍ୟ ସ୍ବୀକୃତିପ୍ରାପ୍ତ ରାଜ୍ୟ ଦଳଗୁଡ଼ିକୁ ଆମନ୍ତ୍ରଣ କରାଯାଇ ଏକକାଳୀନ ନିର୍ବାଚନ ନେଇ ସେମାନଙ୍କ ପ୍ରସ୍ତାବ ଓ ମତାମତ ଲୋଡ଼ାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ଏକ ବିବୃତିରେ କୁହାଯାଇଛି। ଏଥିସହିତ ନ୍ୟାୟିକ ଆୟୋଗରୁ ମଧ୍ୟ ପ୍ରସ୍ତାବ ଓ ମତାମତ ନିଆଯିବ ବୋଲି ଆଇନ ମନ୍ତ୍ରଣାଳୟ କହିଛି।
Trending
- ନିୟୁ ସିଟିକୁ କ୍ୟାବିନେଟ ମୋହର
- ସାରା ଦେଶରେ ଜାଲି ଭୋଟର କାର୍ଡ ଯାଞ୍ଚ ହେବ
- ସୁଭଦ୍ରା ଯୋଜନା ଟଙ୍କା ମିଳୁନଥିଲେ ପୁଣି ଆବେଦନ କରିପାରିବେ
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଲେ ମନ୍ମଥ, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀସ୍ତରରେ ଅଦଳବଦଳ
- ଆସୁଛି ଆଉ ଏକ ଲଘୁଚାପ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
Prev Post
Next Post