ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ଚଳିତ ବର୍ଷର ପାର୍ବଣ ସମୟରେ ନିରବଚ୍ଛିନ୍ନ ଓ ଅବାଧ ବିଦ୍ୟୁତ୍ ଯୋଗାଣ ପାଇଁ ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି। ଏପରିକି ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ଅଂଶ ଭାବେ ଟିପିସିଓଡିଏଲ୍ ପକ୍ଷରୁ ଅସ୍ଥାୟୀ ଢାଞ୍ଚା ଓ ପେଣ୍ଡାଲ ପାଇଁ କେତେକ ପଦକ୍ଷେପ ଏବଂ ଆବଶ୍ୟକ ସୁରକ୍ଷା ଗାଇଡ୍ଲାଇନ୍ ଜାରି କରାଯାଇଛି। ସେହିଭଳି ଉତ୍ସବ ଋତୁରେ ସୁରକ୍ଷା ଓ ଭରସାଯୋଗ୍ୟତାକୁ ସୁନିଶ୍ଚିତ କରିବା ପାଇଁ ପୂଜା ପେଣ୍ଡାଲ ଓ ଅସ୍ଥାୟୀ ଦୋକାନ ଲାଗି କେବଳ ଟିପିସିଓଡିଏଲ୍ର ସ୍ବୀକୃତିପ୍ରାପ୍ତ ବ୍ୟକ୍ତିଙ୍କଠାରୁ ବିଦ୍ୟୁତ୍ ସଂଯୋଗ ହାସଲ କରିବା ନିମନ୍ତେ ଆୟୋଜକ ଓ ଦୋକାନୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏ ସମ୍ପର୍କରେ ଟିପିସିଓଡିଏଲ୍ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ସୁରକ୍ଷାକୁ ସୁନିଶ୍ଚିତ କରିବା ପ୍ରତି ଆମର ଅତୁଟ ପ୍ରତିବଦ୍ଧତା ରହିଛି। ବିଶେଷକରି ଉତ୍ସବ ଋତୁକୁ ଉଭୟ ଉଲ୍ଲାସପୂର୍ଣ୍ଣ ଓ ସମସ୍ତଙ୍କ ପାଇଁ ଅତ୍ୟନ୍ତ ସୁରକ୍ଷିତ କରିବା ସହିତ ସ୍ବୀକୃତିପ୍ରାପ୍ତ ବିଦ୍ୟୁତ୍ ସଂଯୋଗ ହାସଲ କରିବା ଏବଂ ସୁରକ୍ଷା ନିୟମକୁ ଯଥାର୍ଥ ଭାବେ ପାଳନ କରିବା ପାଇଁ ଆମେ ହୃଦୟରୁ ଜନସାଧାରଣଙ୍କୁ ଆହ୍ବାନ ଦେଉଛୁ।
Trending
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
Prev Post
Next Post