୫ଟି ରାଜ୍ୟର ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ସରିଥିବା ବେଳେ ଆସନ୍ତା ୩୦ରେ ତେଲେଙ୍ଗାରେ ମତଦାନ ଗ୍ରହଣ କରାଯିବ । ମଧ୍ୟପ୍ରଦେଶର ୨୩୦ ଆସନ, ରାଜସ୍ଥାନର ୨୦୦ ଆସନ, ଛତିଶଗଡ଼ର ୯୦ ଆସନ, ତେଲେଙ୍ଗାନାର ୧୧୯ ଆସନ ଓ ମିଜୋରାମରେ ୪୦ଟି ଆସନ ପାଇଁ ଜନତା ବିଜେତା ବାଛିବେ ।ଗତ ୨୦୧୮ ବିଧାନସଭା ନିର୍ବାଚନରେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିଥିବା ବେଳେ ଏଥର ଏହି ତିନୋଟି ରାଜ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଆସନ୍ତା ଡିସେମ୍ବର ମାସ ୩ ତାରିଖରେ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ତାହାକୁ ସାରା ଦେଶବାସୀ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ୨୦୨୪ ଲୋକସଭା ମେଗା ଫାଇଟ୍ ପୂର୍ବରୁ ୫ଟି ରାଜ୍ୟର ଏହି ସେମିଫାଇନାଲ ଫଳାଫଳ ଜନାଦେଶକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।ନିକଟରେ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରି ଆକ୍ସନ ମୋଡ଼କୁ ଚାଲି ଆସିଛି । ତେଣୁ ଯଦି ପୁଣି ୧/୨/୩ଟି ରାଜ୍ୟରେ ଦଳ କ୍ଷମତା ବଜାୟ ରଖେ ତେବେ ତାହା ଗେରୁଆ ଦଳ ପାଇଁ ନିଶ୍ଚିତ ଭାବେ ଚିନ୍ତାର କାରଣ ପାଲଟିବ । ଏପରି ସ୍ଥିତିରେ ଡିସେମ୍ବର ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏକ ବଡ଼ ଅଗ୍ନି ପରୀକ୍ଷା ହୋଇପାରେ । ଦୀର୍ଘ ୨୭ ବର୍ଷ ଧରି ଗୁଜରାଟରେ ଶାସନ କ୍ଷମତାରେ ରହିଥିବା ବିଜେପି ଉପରେ ରାଜ୍ୟବାସୀ ପୁଣି ଥରେ ଆସ୍ଥା ପ୍ରକଟ କରିଥିଲେ । ତେଣୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଗଡ଼ବାସୀ କାହାକୁ ବାଛିବେ ତାହା ସମୟ କହିବ ।
Trending
- ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO
- ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲଙ୍କ ଇସ୍ତଫା, ପାରିବାରିକ ଓ ବ୍ୟକ୍ତିଗତ କାରଣ ପାଇଁ ନେଲେ ଅବସର
Prev Post