ଚା’ ବିକ୍ରି କରି ଚଳୁଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ,ଖବର ପାଇ ଭାଇ ଆଖିରୁ ଝରିଗଲା ଲୁହ

ଚା’ ବିକ୍ରି କରି ଚଳୁଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ,ଖବର ପାଇ ଭାଇ ଆଖିରୁ ଝରିଗଲା ଲୁହ

ମେଟ୍ରୋ ଓଡ଼ିଆ (୨୪.୩.୨୦୨୨):

ଦୁନିଆର ସବୁ ସମ୍ପର୍କ ଠାରୁ ଭାଇ ଭଉଣୀଙ୍କ ସମ୍ପର୍କ ଖୁବ୍ ନିଆରା । କେଉଁ ଭଉଣୀ ନିଜ ଭାଇର ଶୁଭ କାମନା କରେ ତ ଆଉ କେଉଁ ଭଉଣୀ ମଥାରେ ଚନ୍ଦନ ଲଗାଇ ଦୀର୍ଘାୟୁ କାମନା କରେ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୋଟିଏ ଭଉଣୀର ପ୍ରାର୍ଥନା ଫଳରେ ଭାଇ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି । 

ଗୋଟିଏ ଇଣ୍ଟରଭ୍ୟୁରେ ଯୋଗୀଙ୍କୁ ତାଙ୍କ ସବୁଠାରୁ ସାନ ଭଉଣୀ ଶଶିଙ୍କ ବିଷୟରେ ପଚରାଯାଇଥିଲା ହେଲେ ଯୋଗୀ ଚୁପ୍ ରହିଲେ ତା’ପରେ ଯୋଗୀଙ୍କ ଭଉଣୀ ଘାସ କାଟୁଥିବାର ଓ ଛୋଟ ଦୋକାନରେ ଚା ’ତିଆରି କରୁଥିବା ଦେଖି ସେ କାନ୍ଦିବା ଆରମ୍ଭ କରିଥିଲେ । ତେବେ ୧୯୯୨ରେ ଶଶି ବିବାହ କରିଥିଲେ । ସେହି ସମୟରେ ଯୋଗୀ ରାମ ମନ୍ଦିର ଆନ୍ଦୋଳନରେ ଯୋଗ ଦେଇଥିଲେ। 

ଏହା ପରେ ଯୋଗୀ ଗୋରଖପୁରରେ ରହିବା ସହ ଲୋକଙ୍କ ସେବା କରିବେ ବୋଲି ମନସ୍ତ କରିଥିଲେ । ପରେ ଏକ ଗରିବ ଘରେ ବିବାହ କରିଥିବାରୁ ଶଶିଙ୍କୁ ବହୁ କଷ୍ଟ ସହିବାକୁ ପଡ଼ିଥିଲା । ପରେ ସେ ଜାଣିବାକୁ ପାଇଲେ ତାଙ୍କ ବଡ ଭାଇ ସାଧୁ ହୋଇଯାଇଛନ୍ତି । ଯାହାକୁ ଶୁଣି ସେ ଖୁବ୍ ଭାଙ୍ଗି ପଡ଼ିଥିଲେ । ଶଶିଙ୍କ ଅବସ୍ଥା ଏପରି ହୋଇଗଲା ଯେ ତାଙ୍କ ଗାଁକୁ ଭିକ୍ଷା ମାଗିବାକୁ ଆସିଥିବା ସାଧୁମାନଙ୍କ ମଧ୍ୟରେ ସେ ତାଙ୍କ ଭାଇ ଅଜୟଙ୍କୁ ଖୋଜିବା ଆରମ୍ଭ କଲେ। 

ପରିବାର ପୋଷିବା ପାଇଁ ସ୍ୱାମୀ ପୁରାଣ ସିଂ ପାୟଲଙ୍କ ସହ ମନ୍ଦିର ନିକଟରେ ଏକ ଫୁଲ ଏବଂ ପ୍ରସାଦ ଦୋକାନ ଖୋଲିଥିଲେ। ଏହି ଦୋକାନରେ ସେମାନେ ଫୁଲ, ଫୁଲମାଳ, ପ୍ରସାଦ ଏବଂ ଚା ବିକ୍ରି କରନ୍ତି । ଶଶିଙ୍କର ୩ ସନ୍ତାନ, ଦୁଇ ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ଅଛନ୍ତି । ଶଶି କହିଛନ୍ତି ଯେ, ଗତ ୩୦ ବର୍ଷ ଧରି ସେ ତାଙ୍କ ଭାଇଙ୍କ ହାତରେ ରାଖି ବାନ୍ଧି ପାରି ନାହିଁ। 

ଲୋକମାନେ କୁହନ୍ତି ତୁମେ କେବେ ଖରାପ ଅନୁଭବ କରି ନାହଁ କି କାରଣ ତୁମେ ଜଣେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ହୋଇ ଏହି ପରି ଭାବେ ଚଳୁଛ । ସେ ଉତ୍ତରରେ କୁହନ୍ତି “ମୁଁ ଗରିବ, ଏହା ମୋର ଭାଗ୍ୟ । ଯେତେବେଳେ ତୁମେ କିଛି ଖରାପ କାମ କରୁଛ ତୁମେ ଲଜ୍ଜିତ ହେବା ଉଚିତ । ମୁଁ କଠିନ ପରିଶ୍ରମ କରି ମୋର ରୋଜଗାର କରୁଛି ତେଣୁ ଏଥିପାଇଁ ମୋତେ କେବେ ଖରାପ ଲାଗେ ନାହିଁ ।

 ଯୋଗୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାପରେ ଶଶି କହିଛନ୍ତି ଯେ ତାଙ୍କୁ ପୁନର୍ବାର ୟୁପିର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ମୋର ଇଚ୍ଛା ପୂରଣ ହୋଇଛି। ବର୍ତ୍ତମାନ ମୁଁ ତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଦେଖିବାକୁ ଚାହୁଁଛି। ଯେ ପର‌୍ୟ୍ୟନ୍ତ ମୋଦୀ ପ୍ରଧାନମନ୍ତ୍ରୀ ଅଛନ୍ତି, ସେ ପର‌୍ୟ୍ୟନ୍ତ ସେ ଦାୟିତ୍ୱରେ ରୁହନ୍ତୁ ଏହା ପରେ ଏହି ଦାୟିତ୍ୱ ଯୋଗୀଙ୍କୁ ଦେବା ଉଚିତ୍।