ଆସନ୍ତାକାଲିଠାରୁ ଆରମ୍ଭ ହେବ ଜିଲ୍ଲା ପରିଷଦ ନିର୍ବାଚନ ପ୍ରକ୍ରିୟା ,କଣ ରହିଛି ସମୟ
ମେଟ୍ରୋ ଓଡିଶା (୧୦ .୩ . ୨୦୨୨) :
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲିଠୁ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆସନ୍ତାକାଲି ନାଏବ ସରପଞ୍ଚ ପାଇଁ ନିର୍ବାଚନ ହେବ। ୧୨ ତାରିଖରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଓ ୧୩ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ହେବ। ଯେଉଁ ଗ୍ରାମପଞ୍ଚାୟତରେ ସରପଞ୍ଚ ଏବଂ ଅଧାରୁ ଅଧିକ ୱାର୍ଡ ମେମ୍ବର ନିର୍ବାଚିତ ହୋଇଛନ୍ତି, ସେହିଠାରେ ନାଏବ ସରପଞ୍ଚ ନିର୍ବାଚନ ହେବ।

ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ଆହୁରି ମଧ୍ୟ କହିଛନ୍ତି, ଏହି ନିର୍ବାଚନ ପ୍ରକ୍ରିୟାରେ କୋରମର ବ୍ୟବସ୍ଥା ରହିଛି। ନାଏବ ସରପଞ୍ଚ ପାଇଁ ଦିନ ୧୦ଟାରୁ ୧୧ଟା ଭିତରେ ପ୍ରାର୍ଥୀପତ୍ର ଦଖଲ କରିବେ। ଜଣେ ସରପଞ୍ଚ ପୁରୁଷ ଥିଲେ ନାଏବ ସରପଞ୍ଚ ମହିଳା ହେବେ। ସରପଞ୍ଚ ମହିଳା ଥିଲେ ନାଏବ ସରପଞ୍ଚ ମହିଳା ରହିପାରିବେ। ବ୍ଲକ ଅଧ୍ୟକ୍ଷ ପାଇଁ ପ୍ରାର୍ଥୀପତ୍ର ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଭିତରେ ଦାଖଲ କରିବେ। ସାଢ଼େ ୧୧ଟାରୁ ସାଢ଼େ ୧୨ଟା ଭିତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ। ସାଢ଼େ ୧୨ଟା ପରେ ଭୋଟ ହେବ।