ଆଇପିଏସ ଡିଏସ କୁଟ୍ଟେଙ୍କୁ ରାଜ୍ୟ ଗୃହ ବିଭାଗ ଓଏସଡି ଭାବେ ନିଯୁକ୍ତି ମିଳିଛି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଲମ୍ବନ ଉଠିବା ପରେ କୁଟ୍ଟେଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର।ନିର୍ବାଚନ ସମୟରେ କୁଟ୍ଟେଙ୍କୁ ନିଲମ୍ବିତ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ବେଳେ ସେ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହୋଇଥିଲେ।ଅନ୍ୟପଟେ, ଆଜି ବରିଷ୍ଠ ଆଇପିଏସ ରବି କାନ୍ତଙ୍କୁ ଆବାସିକ କମିଶନର ହଟାଯାଇ ରାଜ୍ୟ ଗୃହ ବିଭାଗ ଓଏସ୍ଡି ଭାବେ ବଦଳି କରାଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇଜି ଆଶିଷ ସିଂଙ୍କୁ ମଧ୍ୟ ଗୃହ ବିଭାଗ ଓଏ୍ସଡି ଭାବେ ନିଯୁକ୍ତି ଦିଆଯାଇଥିଲା।ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ତାଙ୍କୁ ସସପେଣ୍ଡ କରାଯାଇଥିଲା। ସସପେଣ୍ଡ କାଳରେ ସେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ ରହି ସେ କାର୍ଯ୍ୟ କରୁଥିଲେ। ଯାହା ପରେ ଆଜି ତାଙ୍କର ନିଲମ୍ବନକୁ ହଟାଯାଇଛି।କୁଟ୍ଟେଙ୍କ ପୁରା ନାମ ଧିରେନ୍ଦ୍ର ସମ୍ଭାଜି କୁଟ୍ଟେ। ୨୦୧୯ ଅକ୍ଟୋବର ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଏଥିସହ ସେ ଓଡ଼ିଶା ପୋଲିସର ଅତିରିକ୍ତ ମହା ନିର୍ଦ୍ଦେଶକ ମଧ୍ୟ ଥିଲେ। ୧୯୯୭ ବ୍ୟାଚର ଆଇପିଏସ ଅଧିକାରୀ କୁଟ୍ଟେ ୨୦୧୭ ଏପ୍ରିଲରୁ ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ଡ୍ୟୁଟି ପାଇ ନିୟୋଜିତ ହୋଇଥିଲେ। ୨୦୨୩ ସାଧାରଣତନ୍ତ୍ର ଦିବସରେ ନିଜର ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକରେ ମଧ୍ୟ ସମ୍ମାନିତ ହୋଇଥିଲେ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post