ଆଇପିଏସ ଡିଏସ କୁଟ୍ଟେଙ୍କୁ ରାଜ୍ୟ ଗୃହ ବିଭାଗ ଓଏସଡି ଭାବେ ନିଯୁକ୍ତି ମିଳିଛି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଲମ୍ବନ ଉଠିବା ପରେ କୁଟ୍ଟେଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର।ନିର୍ବାଚନ ସମୟରେ କୁଟ୍ଟେଙ୍କୁ ନିଲମ୍ବିତ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ବେଳେ ସେ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହୋଇଥିଲେ।ଅନ୍ୟପଟେ, ଆଜି ବରିଷ୍ଠ ଆଇପିଏସ ରବି କାନ୍ତଙ୍କୁ ଆବାସିକ କମିଶନର ହଟାଯାଇ ରାଜ୍ୟ ଗୃହ ବିଭାଗ ଓଏସ୍ଡି ଭାବେ ବଦଳି କରାଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇଜି ଆଶିଷ ସିଂଙ୍କୁ ମଧ୍ୟ ଗୃହ ବିଭାଗ ଓଏ୍ସଡି ଭାବେ ନିଯୁକ୍ତି ଦିଆଯାଇଥିଲା।ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ତାଙ୍କୁ ସସପେଣ୍ଡ କରାଯାଇଥିଲା। ସସପେଣ୍ଡ କାଳରେ ସେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ ରହି ସେ କାର୍ଯ୍ୟ କରୁଥିଲେ। ଯାହା ପରେ ଆଜି ତାଙ୍କର ନିଲମ୍ବନକୁ ହଟାଯାଇଛି।କୁଟ୍ଟେଙ୍କ ପୁରା ନାମ ଧିରେନ୍ଦ୍ର ସମ୍ଭାଜି କୁଟ୍ଟେ। ୨୦୧୯ ଅକ୍ଟୋବର ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଏଥିସହ ସେ ଓଡ଼ିଶା ପୋଲିସର ଅତିରିକ୍ତ ମହା ନିର୍ଦ୍ଦେଶକ ମଧ୍ୟ ଥିଲେ। ୧୯୯୭ ବ୍ୟାଚର ଆଇପିଏସ ଅଧିକାରୀ କୁଟ୍ଟେ ୨୦୧୭ ଏପ୍ରିଲରୁ ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ଡ୍ୟୁଟି ପାଇ ନିୟୋଜିତ ହୋଇଥିଲେ। ୨୦୨୩ ସାଧାରଣତନ୍ତ୍ର ଦିବସରେ ନିଜର ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକରେ ମଧ୍ୟ ସମ୍ମାନିତ ହୋଇଥିଲେ।
Trending
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
- ପ୍ରଧାନମନ୍ତ୍ରୀ ଗୁରୁ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
- ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ
- ଗୁରୁ ହିଁ ସାକ୍ଷାତ ଈଶ୍ବର
- ଭାରତ ବନ୍ଦ କରିବ କି ୟୁକ୍ରେନ ଯୁଦ୍ଧ
Prev Post