କେ.ପି ଶର୍ମା ଓଲିଙ୍କୁ ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ସୋମବାର ସେ ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି।
ନେପାଳର ନୂତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ଅଭିନନ୍ଦନ ଜଣାଇ ପିଏମ ମୋଦି ସୋସିଆଲ ମିଡିଆରେ ଲେଖିଛନ୍ତି, ନେପାଳର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଁ ଅଭିନନ୍ଦନ। ଆମର ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ଗଭୀର ସମ୍ପର୍କକୁ ଆହୁରି ମଜଭୁତ କରିବା ଏବଂ ଆମ ଦେଶର ପ୍ରଗତି ଏବଂ ସମୃଦ୍ଧତା ପାଇଁ ପାରସ୍ପରିକ ଲାଭଦାୟକ ସହଯୋଗକୁ ଆହୁରି ବିସ୍ତାର କରିବା ପାଇଁ ଆମେ ମିଳିତ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛୁ।
ଏହାପୂର୍ବରୁ ନେପାଳର କମ୍ୟୁନିଷ୍ଟ ପାର୍ଟି (ୟୁନିଫାଏଡ ମାର୍କ୍ସବାଦୀ ଲେନିଷ୍ଟ) (ସିପିଏନ-ୟୁଏମଏଲ) ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ନୂତନ ମିଳିତ ସରକାରର ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ। ନେପାଳର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ଏକ ବିବୃତ୍ତି ଦିଆଯାଇଛି। ବିବୃତ୍ତିରେ କୁହାଯାଇଛି, ସମ୍ବିଧାନର ଧାରା ୭୬ (୨) ଅନୁଯାୟୀ ରାଷ୍ଟ୍ରପତି ସିପିଏନ-ୟୁଏମଏଲ ଅଧ୍ୟକ୍ଷ ଓଲିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି।
ଏହାପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ନିମ୍ନ ଗୃହରେ ଟ୍ରଷ୍ଟ ଭୋଟରେ ହାରି ଯାଇଥିଲେ। ଜୁଲାଇ ୩ରେ, ସିପିଏନ-ୟୁଏମଏଲ ନେପାଳୀ କଂଗ୍ରେସ ସହିତ ଏକ ମେଣ୍ଟ ଗଠନ କରିଥିଲା।
Trending
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
Prev Post