ଜାନୁୟାରୀ ୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୮ ଜାନୁଆରୀ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାଜଭବନ ଯାଇ ରାତ୍ରିଯାପନ କରିବେ। 9 ତାରିଖ ଜନତା ମଇଦାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବେ।…

୫୦୦ ଟ୍ରାଫିକ କର୍ମଚାରୀଙ୍କୁ ଦିଆଯିବ ନିଯୁକ୍ତି : ମୋହନ ଚରଣ ମାଝୀ

ଶନିବାର ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଲୋୟର ପିଏମ୍‌ଜିରୁ ରାମ ମନ୍ଦିର ଯାଏ ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି। ଓଡ଼ିଶା ଯାତ୍ରୀ ଆପ୍‌ର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ସଡ଼କ ସୁରକ୍ଷା ସହ ଟ୍ରାଫିକ ନିୟମ…

ଆଜିର ରାଶିଫଳ

ମେଷ : ଆଜି ଦ୍ୱିଜା ନକ୍ଷତ୍ର ପାରିବାରିକ ସମସ୍ୟା ସମାଧାନ କରି ଆଶ୍ୱସ୍ତି ଲଭିବେ। ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା, ବ୍ୟବସାୟ, ପରିବହନ ଓ ନିର୍ମାଣାଧୀନ କାମରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ପ୍ରତିବାଦର ସ୍ବର ଉଠାଇ ପରିସ୍ଥିତିକୁ ଜଟିଳ କରିଦେବେ। ଅଭାବଜନିତ…

ଫିଲ୍ମ ଛାବାରେ ନଜର ଆସିବେ ରଶ୍ମିକା ମନ୍ଦାନା

ଫିଲ୍ମ ଛାବାରେ ନଜର ଆସିବେ ରଶ୍ମିକା ମନ୍ଦାନା । ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ତ୍ରୀ ମହାରାଣୀ ୟୁସିବାଇ ଭୋସଲେଙ୍କ ଭୂମିକାରେ ଅଭିନୟ କରିବେ ରଶ୍ମିକା । ମରାଠୀ ମହାରାଣୀଙ୍କର ଅଭିନୟ କରିବା ରଶ୍ମିକା ଙ୍କ ଏକ ସ୍ବପ୍ନ ଥିଲା । ଯାହାକି ଛାବାରେ ପୂରଣ ହୋଇଛି । ଏଥିପାଇଁତାଙ୍କୁ ବହୁତ…

ନୂଆବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ପଞ୍ଜାବୀ ସିଙ୍ଗର ଦିଲଜିତ

ବଲିଉଡ ସହ ସାରା ଦେଶରେ ତାଙ୍କ ଗୀତର ସବୁଠି ଚର୍ଚ୍ଚା। ତାଙ୍କ କନସର୍ଟ ପାଇଁ ଲୋକ ପାଗଳ। ସେ ଆଉ କେହି ନୁହଁନ୍ତି। ଆମେ କହୁଛୁ ପଞ୍ଜାବର ଫେମସ ସିଙ୍ଗର ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କ କଥ। ଦିଲଜିତଙ୍କ ଗୀତ ଫ୍ୟାନମାନଙ୍କ ହୃଦୟକୁ କିଣି ନେଉଛି। ନୂଆବର୍ଷରେ ଦିଲଜିତଙ୍କ ସ୍ବପ୍ନ ପୂରଣ…

ଆଜି ବସିବ କ୍ୟାବିନେଟ ବୈଠକ

ନୂଆବର୍ଷରେ ରାଜ୍ଯ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଆଜି ସନ୍ଧ୍ୟା ସାଢେ ୫ଟାରେ ବସିବ ବୈଠକ । କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର । ଚାଷୀଙ୍କ ବାବଦରେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ଯ ସରକାର।

ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଗାୟକ ଅରମାନ୍‌ ମଲିକ

ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଗାୟକ ଅରମାନ୍‌ ମଲିକ। ସେ ପ୍ରେମିକା ଆଶ୍‌ନା ଶ୍ରଫ୍‌ଙ୍କ ହାତ ଧରିଛନ୍ତି। ଗୁରୁବାର ସକାଳେ ନିଜ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରି ଅରମାନ୍‌ ନିଜ ପ୍ରଶଂସକଙ୍କୁ ଖୁସିଖବର ଜଣାଇଛନ୍ତି। ବେଶ ଗୋପନୀୟ ଭାବେ କେବଳ ପରିବାରଲୋକ ଏବଂ ବନ୍ଧୁଙ୍କ…

ଶେଷ ଟେଷ୍ଟରେ ଦଳରୁ ବାଦ୍‌ ପଡ଼ିଲେ ରୋହିତ ଶର୍ମା

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ସିରିଜ୍‌ର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଆରମ୍ଭ ହୋଇଛି। ଏହି ଟେଷ୍ଟରେ ଭାରତର ଅଧିନାୟକ ଜଶପ୍ରୀତ ବୁମ୍‌ରା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତର ଶୀର୍ଷ କ୍ରମ ପୁଣି ଫ୍ଲପ୍‌ ସାବ୍ୟସ୍ତ ହୋଇଛି।…

ଆଜିଠୁ ବରଗଡ଼ ଧନୁଯାତ୍ରା ଆରମ୍ଭ

ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାରରୁ ଆରମ୍ଭ ହେବ। ପରମ୍ପରା ଦୃଷ୍ଟିରୁ ବିଗତ ବର୍ଷ ଭଳି ଏଥର ମଧ୍ୟ ବରଗଡ଼ ଲୋକ ସଭା ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସନ୍ଧ୍ୟା ୭ଟାରେ ହାଟପଦାସ୍ଥିତ ରାଜ ଦରବାରରେ ଧନୁଯାତ୍ରା…

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ହରିବାବୁ କମ୍ଭମ୍‌ପତି

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶୁକ୍ରବାର ଶପଥ ନେଇଛନ୍ତି ହରିବାବୁ କମ୍ଭମ୍‌ପତି। ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ସେ ଆଜି ଶପଥ ନେଇଛନ୍ତି। ଆଜି ପୂର୍ବାହ୍ନ ୧୦ଟା୧୦ ମିନିଟ୍‌ରେ ହରିବାବୁ କମ୍ଭମ୍‌ପତିଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧର ଶରଣ ସିଂହ।…