ବିଦେଶ ମନ୍ତ୍ରୀ ଆଜି ମନୋନୟନପତ୍ର ଦାଖଲ କରିବେ ଜୟଶଙ୍କର

ଗାନ୍ଧୀନଗର: ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଗୁଜରାଟରୁ ରାଜ୍ୟସଭା ପାଇଁ ଆଜି ମନୋନୟନପତ୍ର ଦାଖଲ କରିବେ। ଗୁଜରାଟରେ ପହଁଚିଛନ୍ତି ଜୟଶଙ୍କର । ଗୁଜରାଟରେ ମୋଟ ୩ଟି ରାଜ୍ୟସଭା ଆସନ ଖାଲି ହେବାକୁ ଥିବା ବେଳେ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ସଂପର୍କରେ ବିଜେପି ସଂସଦୀୟ ବୋର୍ଡ ଶୀଘ୍ର ନିଷ୍ପତ୍ତି…

ଏକାମ୍ର କ୍ଷେତ୍ରରେ ଜମିଲାଣି କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ବର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆଙ୍କ ଭିଡ଼ ଜମିବାରେ ଲାଗିଛି। ଦେବ ଦେବ ମହାଦେବଙ୍କ ଉପରେ ଜଳଲାଗି କରିବା ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇପଡ଼ିଛି। ବିଭିନ୍ନ ନଦୀ ଘାଟରୁ ପାଣି ଉଠାଇ କାଉଡ଼ିଆମାନେ ଏକାମ୍ର କ୍ଷେତ୍ରକୁ ଛୁଟି…

ଓଡ଼ିଆରେ ନ୍ୟୁଜ୍ ପଢ଼ିବ ପ୍ରଥମ ଓଡ଼ିଆ ଏଆଇ ନ୍ୟୁଜ୍ ଆଙ୍କର ‘ଲିସା

ଓଟିଭି ପକ୍ଷରୁ  ଓଡ଼ିଶାର ପ୍ରଥମ ଏଆଇ ନ୍ୟୁଜ୍ ଆଙ୍କରକୁ ଲଞ୍ଚ କରାଯାଇଛି। ହୋଟେଲ ପ୍ରେସିଡେନ୍ସିଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇ ନ୍ୟୁଜ ଆଙ୍କର ‘ଲିସା’ଙ୍କୁ ଦର୍ଶକଙ୍କ ସମ୍ମୁଖକୁ ଆଣିଛନ୍ତି ଓଟିଭି ନେଟୱର୍କର ସହ-ପ୍ରତିଷ୍ଠାତ୍ରୀ ତଥା ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା। ସେ…

ଔଷଧ ଗୋଦାମରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି  ବିପୁଳ କୋଭିଡ୍‌ ଔଷଧ ଓ କିଟ୍‌ ଜଳିପୋଡ଼ି ପାଉଁଶ ହୋଇଯାଇଛି।  କ୍ଷୟକ୍ଷତିର ଆକଳନ ହୋଇନଥିଲେ ବି କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି। କୋଭିଡ୍‌ ଔଷଧ…

ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ମହିଳା ଦଳର ବଡ଼ ବିଜୟ

ଢାକା: ଭାରତୀୟ ମହିଳା କ୍ରିକେଟ ଟିମ୍  ପ୍ରଥମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ୭ ୱିକେଟରେ ବଡ଼ ବିଜୟ ହାସଲ କରିଛି ।  ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୧୧୪ ରନରେ ସୀମିତ ରହିଥିଲା । ସେହିପରି ଭାରତୀୟ ଦଳ ୧୬.୨ ଓଭରରେ…

ଦୁଇଟି ରାଶିର ବ୍ୟକ୍ତି ଆଜି ପାଇବେ ଶୁଭ ଫଳ

ଦୁଇଟି ରାଶିର ବ୍ୟକ୍ତି ଆଜି ପାଇବେ ଶୁଭ ଫଳ । ଏହି ଦୁଇଟି ରାଶି ବିଷୟରେ ଆସନ୍ତୁ ଜାଣିବା ମେଷ: ଆପଣ ଅତ୍ୟଧିକ ଆତ୍ମବିଶ୍ୱାସ ଅନୁଭବ କରିବେ। କ୍ୟାରିୟରର ଠିକ୍‌ ଦିଶାରେ ଅଗ୍ରସର ହେବେ। ପ୍ରସିଦ୍ଧି ଓ ପ୍ରଶଂସା ମିଳିବା ଯୋଗ ରହିଛି। ଛାତ୍ରଛାତ୍ରୀମାନେ ସାମାନ୍ୟ ପରିଶ୍ରମରୁ ଯଥେଷ୍ଟ ଶୁଭଫଳ…

ପଞ୍ଚାୟତ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା, ୧୮ ମୃତ

କୋଲକାତା : ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ହିଂସା ଯୋଗୁଁ ରାଜ୍ୟରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ମୁର୍ଶିଦାବାଦ, କୁଚବିହାର, ମାଲଦା, ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଦିନାଜପୁର ଏବଂ ନଦିଆରେ  ବ୍ୟାପକ ହିଂସା ହୋଇଛି। ହିଂସା…

ପିଜିଆଇ ରିପୋର୍ଟରେ ଓଡ଼ିଶାର ରାଙ୍କିଂ ହ୍ରାସ ନେଇ ବର୍ଷିଲା ବିଜେଡି

ଭୁବନେଶ୍ୱର: ପିଜିଆଇ ରିପୋର୍ଟରେ ଓଡ଼ିଶାର ରାଙ୍କିଂ ହ୍ରାସ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେଡି । ଉତ୍କଳ ବିଶ୍ବବିଦ୍ୟାଳୟ, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏମିତି ବି ରାଙ୍କ ହ୍ରାସ ହୋଇଚାଲିଛି । କିନ୍ତୁ ଏହା ଅତ୍ୟନ୍ତ ଦୁଃଖର କଥା ଏଥିରେ କେନ୍ଦ୍ର…

ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ସନ୍ତୁଳିତ ଆଞ୍ଚଳିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ଡିପାର୍ଟମେଣ୍ଟ ଫର୍ ପ୍ରମୋସନ୍ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ୍ ଟ୍ରେଡ୍‌ (ଡିପିଆଇଆଇଟି) ଜୁନ୍ 15 ରେ ଏକ ଜିଲ୍ଲା ଏକ ଉତ୍ପାଦ (ଓଡିଓପି) ରାଷ୍ଟ୍ରୀୟ ପୁରସ୍କାର…

ଏସି ଟ୍ରେନ୍‌ ଭଡ଼ାରେ ରିହାତି ଯୋଜନା ଘୋଷଣା କଲା ରେଳ ମନ୍ତ୍ରଣାଳୟ

ଟ୍ରେନରେ ବସିବା ପାଇଁ ରହିଥିବା ସୁବିଧାର ସର୍ବୋତ୍ତମ ଉପଯୋଗକୁ ଦୃଷ୍ଟିରେ ରଖି, ସବୁ ଏସି ସିଟ୍‌ ଥିବା ଟ୍ରେନରେ ରିହାତି ଭଡ଼ା ଯୋଜନା କାର୍ଯ୍ୟକାରୀ କରିବା ଲାଗି ଜୋନ୍‌ ସ୍ତରୀୟ ରେଳବାଇକୁ କ୍ଷମତା ଦେବା ନିମନ୍ତେ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।  ଭିଷ୍ଟାଡୋମ୍‌ କୋଚ୍‌ ସମେତ ଏସି…