ଆଗାମୀ ଦିନରେ ଭାରତ ସମସ୍ତ ଇଲୋକ୍ଟ୍ରୋନିକ୍ସ ପ୍ରଡକ୍ଟସ କ୍ଷେତ୍ରରେ ବିକାଶ ଲାଭ କରିବାକୁ ଯାଉଛନ୍ତି । ସେମିକଣ୍ଡକ୍ଟର କ୍ଷେତ୍ରରେ ଗ୍ଲୋବାଲ ପ୍ଲେୟାର ହେବା ନେଇ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଗୁଜରାଟର ମାଇକ୍ରୋନ ଟେକ୍ନୋଲୋଜିର ଭୂମି ପୂଜନ ସହିତ ପ୍ଲାଣ୍ଟ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ପ୍ଲାଣ୍ଟର କନଷ୍ଟ୍ରକସନ ଟାଟା ପ୍ରୋଜେକ୍ଟସ ଦ୍ୱାରା କରାଯାଉଛି ।ଡବଲ ଇଞ୍ଜିନ ସରକାରର ଏହା ଏକ ଉଦାହରଣ ବୋଲି ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଡିଲର କିଛି ମାସ ମଧ୍ୟରେ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆସନ୍ତା ୨୦୨୪ ମସିହା ଡିସେମ୍ବର ସୁଦ୍ଧା ପ୍ରଥମ ଚିପ୍ ରୋଲ ଆଉଟ୍ ହୋଇଯିବ । ଭାରତକୁ ସେମିକଣ୍ଡକ୍ଟର ହବରେ ପରିଣତ ଲକ୍ଷ୍ୟରେ ଦେଶରେ ପ୍ରଥମ କମ୍ପାନୀ ଭାବେ ମାଇକ୍ରୋନ ଟେକ୍ନୋଲୋଜି ଚିପ ଉତ୍ପାଦନ କରିବ । ଗୁଜରାଟର ସାଣନ୍ଦରେ ସେମିକଣ୍ଡକ୍ଟର ଟେଷ୍ଟିଂ ଓ ଆସେମ୍ବଲିଂ ପ୍ଲାଣ୍ଟର ଭୂମି ପୂଜନ ଅବସରରେ ଅଶ୍ୱିନୀ ଏହା କହିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଯାତ୍ରାର ୩ ମାସ ପରେ ଏହି ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ କରିଛି । ଗତ ଜୁନ ମାସରେ ମୋଦୀ ଆମେରିକା ଯାତ୍ରା ସମୟରେ ମାଇକ୍ରୋନର ଶୀର୍ଷ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ଭାରତରେ ସେମିକଣ୍ଡକ୍ଟର ପ୍ଲାନ ସ୍ଥାପନ ନେଇ ମାଇକ୍ରୋନ ଟେକ୍ନୋଲୋଜି ସହିତ ଏକ ବୁଝାମଣା ସ୍ୱାକ୍ଷର କରିଥିଲେ । କମ୍ପାନୀର ପ୍ରସ୍ତାବିତ ନିବେଶ ୨.୭୫ ଅରବ ଡଲାର ରହିଥିବା ବେଳେ ଭାରତରେ ସେମିକଣ୍ଡକ୍ଟର ମିଶନରେ ଏହା ସବୁଠାରୁ ବଡ଼ ନିବେଶ । ଏହି ପ୍ରକଳ୍ପ ଦ୍ୱାରା ଦେଶରେ ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବର୍ତ୍ତମାନ ଦେଶରେ ୨ ଲକ୍ଷ କୋଟି ଚିପର ଡିମାଣ୍ଡ ରହିଥିବା ବେଳେ ଆଗାମୀ ଦିନରେ ତାହା ୫ କୋଟିରେ ପହଞ୍ଚିଯିବ ।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post