ଗତକାଲି ଅପରାହ୍ନରୁ ଆଜି ସକାଳ ପର୍ଯ୍ୟନ୍ତ ଜାରି ରହିଥିବା ଦୁଇଟି ଏନକାଉଣ୍ଟରରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟର କୁଲଗାମର ମୋଡରଗାମ ଏବଂ ଚିନିଗାମ ଗାଁରେ ଘଟିଛି। ଏହି ୬ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ମୋଡରଗାମ୍ ଏବଂ ବାକି ୪ ଜଣ ଚିନିଗାମରେ ନିହତ ହୋଇଛନ୍ତି।ପ୍ରଥମ ଏନକାଉଣ୍ଟର ମୋଡରଗାମ ଗ୍ରାମରେ ହୋଇଥିଲା, ଯେଉଁଠାରେ ପାରା କମାଣ୍ଡୋ ଲାନ୍ସ ନାୟକ ପ୍ରଦୀପ ନୈନ ସହିଦ ହୋଇଥିଲେ। ଚିନିଗାମ ଗ୍ରାମରେ ଲସ୍କର-ଏ-ତୋଏବାର ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ସୁରକ୍ଷା ବାହିନୀକୁ ସୂଚନା ମିଳିବା ପରେ ସେଠାରେ ଦ୍ୱିତୀୟ ଗୁଳିବିନିମୟ ହୋଇଥିଲା। ଏହି ଅପରେସନ ସମୟରେ ପ୍ରଥମ ରାଷ୍ଟ୍ରୀୟ ରାଇଫଲ୍ସର ହାବିଲଦାର ରାଜ କୁମାର ପ୍ରାଣ ହରାଇଥିଲେ। କାଶ୍ମୀର ଆଇଜି ଆଜି ଏନକାଉଣ୍ଟର ସ୍ଥଳ ପରିଦର୍ଶନ କରିବା ସହ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିବ ବୋଲି କହିଛନ୍ତି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post