ମଦ ମୃତ୍ୟୁ ପାଇଁ ସରକାର ଦାୟୀ ନୁହଁନ୍ତି: ନୀତିଶ

ପାଟନା: ବିହାରରରେ ବିଷାକ୍ତ ମଦ ପିଇ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି । ଗୋଟିଏ ପଟେ ମଦ ମୃତ୍ୟୁକୁ ନେଇ ବିରୋଧୀମାନେ ନୀତିଶ କୁମାରଙ୍କୁ ଦୋଷା ଦେଉଥିବା ବେଳେ ନୀତିଶ କହିଛନ୍ତି ଏଥିପାଇଁ ସରକାର ଦାୟୀ ନୁହଁନ୍ତି । ବିଷାକ୍ତ ମଦ୍ୟପାନ କରି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କୈାଣସି କ୍ଷତିପୂରଣ ମିଳିବ ନାହିଁ ବୋଲି କହିଛନ୍ତି ନୀତିଶ । ମଦ ମୃତ୍ୟୁକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ଥିବା ନୀତୀଶ କହିଛନ୍ତି ରାଜ୍ୟରେ ମଦ କିଣି ପିଇବା ବନ୍ଦ ଅଛି । ଯେଉଁମାନେ ପିଇଛନ୍ତି ସେମାନେ ଆଇନ ଭଂଗ କରିଛନ୍ତି ।  ଆଜି ରାଜ୍ୟ ବିଧାନସଭାରେ ଉତ୍ତର ଦେଇ ବିଷାକ୍ତ ମଦ ପିଇଥିବା ବ୍ୟକ୍ତିଙ୍କ ପରିବାରକୁ କୌଣସି ପ୍ରକାର କ୍ଷତିପପୂରଣ ମିଳିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସ୍ପଷ୍ଟ କରିଛନ୍ତି ।