ବୋଇଂ ୩୭୩ ବିମାନରେ ବିପଦ

ବୋଇଂ ୭୩୭ ବିମାନରେ ବିପଦ ଥିବା ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏୟାରଲାଇନ୍‌ଗୁଡ଼ିକୁ ସତର୍କ କରାଇଛନ୍ତି। ଏହି ବିମାନଗୁଡ଼ିକରେ କଲିନ୍‌ସ ଏରୋସ୍ପେସ୍‌ ରଡର୍‌ ଜାମିଂ ବିପଦ ରହିଛି। ତେଣୁ ବିପଦର ଅନୁଶୀଳନ କରିବା ଏବଂ ପାଇଲଟ୍‌ମାନଙ୍କୁ ସ୍ବତନ୍ତ୍ର ରଡର୍‌ ନିୟନ୍ତ୍ରଣ ଲାଗି ତାଲିମ ଦେବାକୁ ଏହା ଏୟାରଲାଇନ୍‌ଗୁଡ଼ିକୁ କହିଛି। ଭାରତରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଆକାଶ ଓ ସ୍ପାଇସ୍‌ଜେଟ୍‌ ପକ୍ଷରୁ ବୋଇଂ ୭୩୭ ବିମାନ ବ୍ୟବହାର କରାଯାଉଛି। କିଛି ପ୍ରାଇଭେଟ୍ ଅପରେଟର୍‌ ମଧ୍ୟ ଏହି ଧରଣର ବିମାନ ରଖିଛନ୍ତି। ଆମେରିକା ତରଫରୁ ପରାମର୍ଶବଳୀ ଜାରି କରାଯିବା ପରେ ଡିଜିସିଏ ଏୟାରଲାଇନ୍‌ଗୁଡ଼ିକୁ ସତର୍କ କରାଇଛି। କଲିନ୍‌ସ ଏରୋସ୍ପେସ୍‌ର ରଡର୍‌ ବ୍ୟବସ୍ଥାରେ ଦେଖାଦେଇଥିବା ସମସ୍ୟାକୁ ନେଇ ଡିଜିସିଏ କେତେକ ସୁପାରିସ୍ କରିଛି। ଏକ ସର୍କୁଲାର ଜାରି କରି କ୍ରୁ ସଦସ୍ୟମାନଙ୍କୁ ସେବିଷୟରେ ଅବଗତ କରିବାକୁ କୁହାଯାଇଛି। ସମ୍ଭାବ୍ୟ ବିପଦକୁ କ୍ରୁ ସଦସ୍ୟମାନେ ଯେଭଳି ଚିହ୍ନଟ କରି ମୁକାବିଲା କରିପାରିବେ ସେଥିପାଇଁ ସେମାନଙ୍କୁ ଆଗୁଆ ଜଣାଇବାକୁ କୁହାଯାଇଛି। ରଡର୍‌ କଣ୍ଟ୍ରୋଲ୍ ସିଷ୍ଟମ୍‌ରେ ଥିବା ବିପଦର ମୁକାବିଲା ଲାଗି ବିମାନଗୁଡ଼ିକର ସୁରକ୍ଷା ଯାଞ୍ଚ କରିବାକୁ କୁହାଯାଇଛି।