ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ଗ୍ଲୋବାଲ ବ୍ରାଣ୍ଡ୍ ଆମ୍ବାସାଡର ଭାବେ କିମ୍ବଦନ୍ତୀ କ୍ରିକେଟିୟର ସଚିନ ତେନ୍ଦୁଲକରଙ୍କୁ ଚୟନ କରାଯାଇଛି। ଏପରିକି ସଚିନଙ୍କୁ ନେଇ ବ୍ୟାଙ୍କ ପକ୍ଷରୁ ‘ପ୍ଲେ ଦି ମାଷ୍ଟର ଷ୍ଟ୍ରୋକ୍’ ଅଭିଯାନର ଶୁଭାରମ୍ଭ କରାଯାଇଛି। ସେହିପରି ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି କୋଟି କୋଟି ଲୋକଙ୍କ ବିଶ୍ୱାସ ଜିତିଥିବା ବ୍ୟାଙ୍କକୁ ଚୟନ କରି ମାଷ୍ଟର ଷ୍ଟ୍ରୋକ୍ ଖେଳିବା ଏବଂ ନିଜର ଆର୍ଥିକ ଅଭିଳାଷକୁ ପରିପୂର୍ଣ୍ଣ କରିବା ପାଇଁ ଏହି ଅଭିଯାନରେ ଭାଗ ନେବାକୁ ମଧ୍ୟ ଲୋକମାନଙ୍କୁ ଉତ୍ସାହିତ କରାଯାଉଛି। ଦେଶର କୋଣ ଅନୁକୋଣରେ ସଚିନଙ୍କୁ ଲୋକ ଭଲ ପାଉଥିବାରୁ ବ୍ୟାଙ୍କ ଅଫ୍ ବରୋଦାର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ତାଙ୍କୁ ବ୍ୟାଙ୍କର ସମସ୍ତ ଅଭିଯାନ, ଆର୍ଥିକ ସାକ୍ଷରତା ଓ ଠକେଇ ପ୍ରତିରୋଧକୁ ନେଇ ଆୟୋଜନ କରାଯାଉଥିବା ଗ୍ରାହକ ସଚେତନତା କାର୍ଯ୍ୟକ୍ରମ, ଗ୍ରାହକ ଓ କର୍ମଚାରୀ ସଂପୃକ୍ତି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ।
ଏ ସମ୍ପର୍କରେ ବିଓବିର ଏମଡି ତଥା ସିଇଓ (ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଦେବଦତ୍ତ ଚାନ୍ଦ କହିଛନ୍ତି, ଭାରତର ଅନ୍ୟତମ କ୍ରୀଡା କିମ୍ବଦନ୍ତୀ ପୁରୁଷ ସଚିନ ତେନ୍ଦୁଲକରଙ୍କୁ ଆମେ ଆମର ବୈଶ୍ୱିକ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ପାଇ ବେଶ ଉତ୍ସାହିତ ଅଛୁ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post