ପୁଣିଥରେ ବିପଦମୁହାଁ ହେଉଛନ୍ତି ରାଜଧାନୀ ବାସୀ । ପୁଣିଥରେ ଦିଲ୍ଲୀର ପାଣି-ପବନରେ ଜହର ଭରିଯାଇଛି । ପୁଣିଥରେ ପ୍ରଦୂଷଣର ଶିକାର ହେଉଛନ୍ତି ଦିଲ୍ଲୀର ବାସିନ୍ଦା । ପ୍ରଦୂଷଣର ମାତ୍ରା ଏତେ ରହିଛି ଯେ, ଦିଲ୍ଲୀ ସହର ବର୍ତ୍ତମାନ ସାରା ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ଭାବରେ ସ୍ଥାନ ପାଇଛି । ଯାହା ଏବେ କେବଳ ଭାରତ ନୁହେଁ, ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟଇଛି । ତେବେ ବିହାରର ବେଗୁସରାୟ ଦୁନିଆର ସବୁଠୁ ଅଧିକ ମହାନଗର ଅଞ୍ଚଳ ଭାବରେ ତାଲିକାରେ ରହିଛି ।ରିପୋର୍ଟ ଅନୁସାରେ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିଶାକ୍ତ ହେଉଛି ପରିବେଶ । ଦିଲ୍ଲୀ ପ୍ରଦୂଷଣ ଏବେ ଭାରତ ପରେ ସାରା ବିଶ୍ୱର ପ୍ରଦୂଷିତ କ୍ୟାପିଟାଲ ସିଟି ତାଲିକାରେ ଶୀର୍ଷର୍ ସ୍ଥାନରେ ରହିଛି । ଲଗାତାର ଚତୁର୍ଥ ଥର ପାଇଁ ଏଭଳି ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି ରାଜଧାନୀ ଦିଲ୍ଲୀ । ଏହାବ୍ୟତୀତ ବିହାର ବେଗୁସରାୟ ବିଶ୍ୱର ସର୍ବାଧିକ ପ୍ରଦଳୂଷିତ ମହାନଗର ଅଞ୍ଚଳ ବୋଲି ଜାଣିବାକୁ ମିଳିଛି । ସ୍ୱିସ ସଂଗଠନ IQAir ବିଶ୍ୱ ବାୟୁ ଗୁଣାବତ୍ତା ରିପୋର୍ଟ ୨୦୨୩ ଅନୁସାରେ, ବାର୍ଷିକ ହାରାହାରି PM୨.୫ ସାନ୍ଦ୍ରତା ୫୪.୪ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର ସହ ଭାରତ ବର୍ଷର ତୃତୀୟ ପ୍ରଦୂଷିତ ସହର ପାଲଟିଛି । ତେବେ ୧୩୪ଟି ଦେଶରୁ ଭାରତ ପୂର୍ବରୁ ବାଂଲାଦେଶ(୭୯.୯ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର) ଏବଂ ପାକିସ୍ତାନ(୭୩.୭ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର) ଏହି ତାଲିକାରେ ସ୍ଥାନ ପାଇଛନ୍ତି । ୨୦୧୮ ମସିହାରୁ ଲଗାତାର ଚତୁର୍ଥ ଥର ପାଇଁ ଏହି ତାଲିକାର ର୍ଶୀେରେ ରହିଛି କ୍ୟାପିଟାଲ ସିଟି ଦିଲ୍ଲୀ ।ରିପୋର୍ଟ ଅନୁସାରେ, ୨୦୨୨ ମସିହାରେ ୫୩.୩ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର ସହ ହାରାହାରି PM୨.୫ ସାନ୍ଦ୍ରତା ସହ ବିଶ୍ୱର ଅଷ୍ଟମ ପ୍ରଦୂଷିତ ସହର ରହିଥିଲା ଭାରତ । ସେପଟେ ବେଗୁସରାୟ ମଧ୍ୟ ୧୧୮.୯ ମାଇକ୍ରୋଗ୍ରାମ ପ୍ରତି ଘନ ମିଟରର ହାରାହାରି ସାନ୍ଦ୍ରତା PM୨.୫ ଥିବା ବେଳେ ବେଗୁସରାୟ ବୈଶ୍ୱିକ ସ୍ତରରେ ସର୍ବାଧିକ ପ୍ରଦୂଷିତ ମହାନଗର କ୍ଷେତ୍ର ପାଲଟିଛି ।
Trending
- ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡିତା
- ଆସନ୍ତା କାଲି ଠାରୁ ମୌସୁମୀ ଅଧିବେସନ
- ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡିତା
- ପ୍ରଧାନମନ୍ତ୍ରୀ ୪୨ଟି ଦେଶ ଗସ୍ତ କରିଛନ୍ତି, କିନ୍ତୁ ଥରେ ମଧ୍ୟ ମଣିପୁର ଗସ୍ତ କରିନାହାଁନ୍ତି – ମଲ୍ଲିକାର୍ଜୁନ ଖଡ଼ଗେ
- ବଳଙ୍ଗା ପ୍ରସଙ୍ଗ : ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ଼
- ବଳଙ୍ଗା ଘଟଣା: ଦୋଷୀଙ୍କ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ – ପ୍ରଭାତୀ ପରିଡ଼ା
- ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
- ଘଣ୍ଟାକ ମଧ୍ୟରେ ନିଷ୍ପତ୍ତି ପ୍ରତ୍ୟାହୃତ କଲା ରେଭେନ୍ସା ବିଶ୍ବବିଦ୍ୟାଳୟ
- ବିହାରକୁ ୭୨୧୭ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୋଦୀ
- ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ଏଫ୍ଏମ୍ କଲେଜରେ ପହଞ୍ଚିଲା ୟୁଜିସି ଫ୍ୟାକ୍ଟ ଫାଇଣ୍ଟିଂ ଟିମ୍
Prev Post
Next Post