ଗୋକର୍ଣ୍ଣନାଥ ବିଧାନସଭା ଆସନରେ ବିଜେପିର ବଡ଼ ବିଜୟ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋଲା ଗୋକର୍ଣ୍ଣନାଥ ବିଧାନସଭା ଆସନରେ ବିଜେପିର ବଡ଼ ବିଜୟ । ସମାଜବାଦୀ ପାର୍ଟି କୁ ସମସ୍ତ ବିରୋଧୀ ଦଳ ସାହାର୍ଯ୍ୟ କରିଥିଲେ ମଧ୍ୟ ପରାଜିତ କରିପାରିନାହାଁନ୍ତି । ବିଜେପିର ବିଜୟ ସମେତ ସମସ୍ତ ବିରୋଧୀ ଦଳଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି। ବିଜେପିର ଏହି ବିଜୟ ସପା ପାଇଁ ଅଧିକ ଚିନ୍ତାର କାରଣ ପାଲଟିଛି।
ଆଗକୁ 2024 ନିର୍ବାଚନ ଥିବାବେଳେ ସମାଜବାଦୀ ପାର୍ଟିର ପରାଜୟ ଦଳକୁ ଚିନ୍ତାରେ ପକାଇଛି । ଏହି ଆସନରେ କଂଗ୍ରେସ ଏବଂ ବହୁଜନ ସମାଜବାଦୀ ପାର୍ଟି ପ୍ରାର୍ଥୀ ଦେଇନଥିବାରୁ ଏହି ଆସନକୁ ସପା ନିଜ ଦଖଲକୁ ନେବା ପାଇଁ ସବୁ ଶକ୍ତି ଖଟାଇଥିଲେ। ତେବେ ବିଜେପିର ସୁଚିନ୍ତିତ ରଣନୀତି ସପାର ଗଣିତ ଓଲଟପାଲଟ କରିଦେଇଛି।