ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଏଥର ମଧ୍ୟ ସ୍ଥାନ ପାଇବ ନାହିଁ

ଭୁବନେଶ୍ବର : ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଏଥର ମଧ୍ୟ ସାଧାରଣତନ୍ତ୍ର ଦିବସରେ ଦେଖାଯିବ ନାହିଁ । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହେବାର ସଂଭାବନା ଥିବା ବେଳେ ବିଚାରକ ମଣ୍ଡଳୀ ସଂଗୀତ ପାଇଁ ଏହାକୁ ଗ୍ରହଣ କରିନଥିବା ଜଣାପଡିଛି । ତେଣୁ ଏଥର ବି ଦିଲ୍ଲୀରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହୋଇପାରିବ ନାହିଁ ।

ସାଧାରଣ ତନ୍ତ୍ର ଦିବସରେ ପ୍ରଦର୍ଶନ ପାଇଁ ଗଜେନ୍ଦ୍ର ସାହୁଙ୍କ ଦ୍ବାରା ପ୍ରସ୍ତୁତ ମେଢ଼କୁ ନେଇ ଆଶା ଥିଲେ ମଧ୍ୟ ବିଚାରକ ମଣ୍ଡଳୀ ଏହାକୁ ବି ପ୍ରଶଂସା କରିଥିଲେ ମଧ୍ୟ ତାହା କାଟ ଖାଇଯାଇଛି ।