ମଣିପୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପିର ୟୁମନାମ୍ ଖେମଚାନ୍ଦ ସିଂହ

ମଣିପୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପିର ୟୁମନାମ୍ ଖେମଚାନ୍ଦ ସିଂହ । ଆଜି ଅପରାହ୍ନରେ ମଣିପୁରରୁ ରାଷ୍ଟ୍ରପତି ଶାସନ ହଟିଥିଲା । ମଣିପୁରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ୟୁମନାମ୍ ଖେମଚାନ୍ଦ ସିଂହ । ମଣିପୁର ଲୋକଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲା ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ବିଜେପି ବିଧାୟକ, ବରିଷ୍ଠ ଦଳୀୟ ପଦାଧିକାରୀ ଏବଂ ରାଜ୍ୟର ଏନଡିଏର ଶୀର୍ଷ ନେତାଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି । ଆଜି ଅପରାହ୍ନରେ ଶ୍ରୀ ସିଂହଙ୍କ ନେତୃତ୍ୱରେ NDA ପ୍ରତିନିଧି ଦଳ ଲୋକଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ବହୁମତ ସହ ସରକାର ଗଠନ ପାଇଁ ଦାବି କରିଥିଲେ ।

Leave a comment